ଅନ୍ଧାରରେ ବଡତରକମୁଣ୍ଡା ଗାଁ

ଗୁଡଭେଲା: ଗୁଡ଼ଭେଲା ବ୍ଳକ ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡତରକମୁଣ୍ଡା ଗାଁରେ ଥିବା ବିଦ୍ୟୁତ ଟ୍ରାନସଫରମର୍ ପୋଡି ଯିବାରୁ ତିନି ମାସ ହେଲା ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି। ଏହି ଟ୍ରାନସଫରମର୍ ଉପରେ ଗାଁର ପ୍ରାୟ ୪୦ରୁ ୫୦ ପରିବାର ଉପରେ ନିର୍ଭର କରନ୍ତି। ଗତ ବର୍ଷା ସମୟରେ ବିଜୁଳି ଚଡକ୍ ଯୋଗୁ ଟ୍ରାନସଫରମର୍ ପୋଡି ଯିବାର ତିନି ମାସ ବିତିଯାଇଛି। ଯାହା ଦ୍ୱାରା ଗାଁର ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୪ରୁ ୪୮ ଘଣ୍ଟା ମଧ୍ୟରେ ନୁଆ ଟ୍ରାନସଫରମର୍ ଲଗାଇବାର ସରକାରୀ ନିୟମ ଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ତେଣୁ ପ୍ରଶାସନ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *