ବଣାଇଗଡ: ଲୋକନାଥ ସାମଲ
ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଜୁଏଲ ଓରାମ କଂ ଉପସ୍ଥିତିରେ ଆଜି ବିଜେପି ସାଂଗଠନିକ ଜିଲ୍ଲା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ , ଜିଲ୍ଲା ସଭାପତି ଅନୀଲ ବାର୍ଲା କଂ ନେତୃତ୍ବରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ସାଂସଦ କଂ ଦ୍ଵାରା ଉପଖଣ୍ଡର ସମସ୍ତ କାର୍ଯ୍ୟ କର୍ତ୍ତା କଂ ସହ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ସହିତ ସମସ୍ତ ମଣ୍ଡଳ ର ସାଙ୍ଗଠନିକ ସମୀକ୍ଷା କରିଥିଲେ, ଦଳକୁ ତୃଣମୂଳ ସ୍ତରରୁ କିଭଳି ଭାବରେ ମଜଭୁତ କରାଯିବ ,ସେ ସମ୍ପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରାଇବା ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ, ସମସ୍ତ ଲୋକାଭିମୁଖୀ କାର୍ଯ୍ୟ କ୍ରମ କୁ ଲୋକଙ୍କ ନିକଟତର କରାଇବା ନିମନ୍ତେ ଉପଦେଶ ଦେଇଥିଲେ ଉକ୍ତ ବୈଠକରେ ସମସ୍ତ ମଣ୍ଡଳ ର କାର୍ଯ୍ୟ କର୍ତ୍ତା କଂ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସେବତୀ ନାଏକ, ରାହାସ ବିହାରି ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତୁରିଆ ଓରାମ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଯୁଗଳ କିଶୋର ମାହାନ୍ତ, ହେମନ୍ତ ସାହୁ,ଯୁବ ମୋର୍ଚ୍ଚା ସଭାପତି ଆଲାଦ ବଢେଇ, ଶାନ୍ତନୁ ଦାସ ଭିକି ବ୍ରହ୍ମ, ଲହୁଣୀପଡ଼ା ମଣ୍ଡଳ ସଭାନେତ୍ରୀ ନମିତା ମାହାନ୍ତ ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇ ଦଳର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ
