ଜଗତସିଂହପୁର, : ଦେବୀନଦୀରେ ଭାସୁଛି ମୃତଦେହ । ଜଗତସିଂହପୁର ସଦର ଥାନା ଏକସୁଧା ଗାଁ ନିକଟସ୍ଥ ଦେବୀ ନଦୀରେ ଜନୈକ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି ।
ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ । ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ମୁହଁଟି ଅଧିକ ପଚି ଯାଇ ଥିବାରୁ ଠିକ୍ ଭାବରେ ଚିହ୍ନି ହେଉନାହିଁ । ସ୍ଥାନୀୟ ଅଞ୍ଚଳର କି କେଉଁଠୁ ଭାସି ଆସି ଏହା ଏଠାରେ ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ । କେହି ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇ ଥିବାର ସନ୍ଦେହ କରାଯାଉଛି ।
ଘଟଣା ସ୍ଥଳରେ ପୋଲିସ ପହଁଚି ନଥିବା ବେଳେ ମୃତଦେହକୁ ଦେଖିବା ପାଇଁ ନଦୀ କୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିବା ଦେଖା ଯାଇଛି ।
