ଜଳିଗଲା ୭ ବଖରା ଘର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ହଟଡିହି ବ୍ଲକ୍ ପନ୍ଦାଡୋ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ପରିବାରର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୋମବାର ମଧ୍ୟରାତିରେ ଏହି ଘଟଣା ଘଟିଥିବା ବେଳେ ଗାଁର ନାରାୟଣ ନାୟକଙ୍କ ରୋଷେଇ ଘରୁ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ଚାରିଆଡେ ବ୍ୟାପୀ ଯାଇଥିଲା । ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବାରୁ  ନିଆଁ ପାଖକୁ ଯିବାକୁ କୌଣସି ଲୋକେ ସାହସ କରିନଥିଲେ । ଫଳରେ ନିକଟରେ ଥିବା ପ୍ରମୋଦ ନାୟକ, ସୁଶାନ୍ତ ନାୟକ ପହି ଓ ଲଳିତ ପହିଙ୍କ ଘରେ ନିଆଁ ଲାଗିଯାଇଥିଲା । ଖବର ଦେବାରୁ ହାଟଡିହି ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ମଧ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନାହିଁ । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।  ଅଗ୍ନି ବିପନ୍ନ ପରିବାରକୁ ପ୍ରଶାସନର ସହାୟତା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *