ରେଙ୍ଗାଲିକ୍ୟାମ୍ପ : ଦୁଇ ଜଣ ଯୁବକ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ବିକ୍ରି କରୁଥିବା ବେଳେ ସୋମବାର ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପଠାରେ ଅତାବିରା ପୁଲିସ ହାତରେ ଧାରା ପଡ଼ିଛନ୍ତି । ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ଯୁବକମାନେ ଦୀର୍ଘ ଦିନ ଧରି କଫ୍ ସିରପ ସହ କ୍ଷତିକାରୀ ତରଳ ନିଶାଦ୍ରବ୍ୟ ବିକ୍ରି କରିଆସୁଥିଲେ। ବିଭିନ୍ନ ସ୍ଥାନରେ ଏହି ନିଶାଦ୍ରବ୍ୟ ବିକ୍ରି କରିବା ତାଙ୍କର ଲକ୍ଷ୍ୟ ଥିଲା। ଆଜି ସେମାନେ ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି। ସେହି ଯୁବକମାନେ ହେଲେ ବରଗଡ଼ ଜିଲ୍ଲାର ବେହେରା ଟିକ୍ରା ୱାର୍ଡ ନମ୍ବର ୨ର ମଣ୍ଟୁ ଓରଫ ମଞ୍ଜେସ ମେହେର ଓ ଗଣେଶ ସାହୁ (୨୨) । ସେମାନେ ଏକ ଏକ୍ଟିଭା ନମ୍ୱର୍ ଓ ଡି ୧୭ ବି ୩୦୨୬ ରେ ବୁଲି ବୁଲି ବିଭିନ୍ନ ସ୍ଥାନରେ ନିଶା ଦ୍ରବ୍ୟ ବିକ୍ରି କରି ଆସୁଥିଲେ।
