ଚୋରା ଚାଲାଣ ବେଳେ ବନବିଭାଗ ଦ୍ୱାରା ମାଙ୍ଗାନିଜ ଟ୍ରକ୍ ଜବତ

ବଣାଇଗଡ:( ଲୋକନାଥ ସାମଲ)
ବଣାଇ ବନଖଣ୍ଡ କୋଇଡା ରେଞ୍ଜ ଅନ୍ତର୍ଗତ ଓରାହୁରି ଠାରେ ବନ୍ଦ ପଡ଼ିଥିବା ଓ ଏମ୍ ଏମ୍ ଖଣିରୁ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇ, ଆଜି ସକାଳୁ କୋଇଡା ରେଞ୍ଜ ଅଧିକାରୀ ,କାଜଲ କୁମାରୀ ନାୟକଙ୍କ ନେତୃତ୍ବରେ, ଫରେଷ୍ଟର ପ୍ରତାପ କିଶୋର ସାହୁ, ବନରକ୍ଷୀ ଅନୁରାଧା ମହାପାତ୍ର ସମେତ ସମସ୍ତ ବନ କର୍ମଚାରୀ ମିଳିତଭାବେ ଚଢ଼ାଉ କରି ଥିଲେ , ଅଚାନକ ଚଢ଼ାଉ କରାଯିବା ଫଳରେ ବନବିଭାଗ କର୍ମଚାରୀ କୁଂ ଦେଖି ଡ୍ରାଇଭର ସମେତ ଚୋରା ଚାଲାଣ ରେ ସଂପୃକ୍ତ ଥିବା ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଶେଷରେ ରେଞ୍ଜ ଅଧିକାରୀ ମାଙ୍ଗାନିଜ ଲୋଡ୍ ଥିବା (CG13-AF-6627) ଗାଡ଼ି ଟିକୁ ଜବତ୍ କରି ରେଞ୍ଜ ଅଫିସ କୁ ନେବା ସହିତ, ଘଟଣା ର ଅଧିକ ତଦନ୍ତ କରୁଥିବା ଜଣାପଡିଛି ,ଜବତ ମାଙ୍ଗାନିଜ ର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି

Leave a Reply

Your email address will not be published. Required fields are marked *