କାରଣ ଖୋଜୁଛି ପୋଲିସ

ସାନଖେମୁଣ୍ଡି : ମହିଳାଙ୍କ ଗଳିତ ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି-କଇଠବେଡ଼ା ନିକଟ ଘୋଡ଼ାହାଡ ନଦୀ ନିକଟରୁ ଠାବ ହୋଇଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ କିଛି ଯୁବକ ଘୋଡାହାଡ ନଦୀକୁ ଯାଇଥିବା ବେଳେ କାସତଣ୍ଡି ବୁଦାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିଲା । ଏହା ଦେଖି ଗ୍ରାମର କିଛି ଲୋକ ପାଟପୁର ଥାନାକୁ ଖବର ଦେଇଥିଲେ l ତେବେ ଶବ ଉଦ୍ଧାର ହୋଇଥିବା ସ୍ଥାନଟି କେଉଁ ଥାନାରେ ଆସୁଛି । ତାହା ଜଣା ନପଡ଼ିବାରୁ ତହସିଲ ପକ୍ଷରୁ ରାଜସ୍ବ ନିରୀକ୍ଷକ ଅମିନ ପ୍ରମୁଖ ସୀମା ମାପିଥିଲେ । ଏହାପରେ  ଉକ୍ତ ଅଞ୍ଚଳଟି ପାଟପୁର ଥାନାରେ ଆସୁଥିବା ଜଣାପଡିଥିଲା । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ ଆଶା କରିଛି ।  ସେପଟେ ପୋଲିସ ଏକ ଅପମୃତ ମାମଲା  ରୁଜୁ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *