ରାୟଗଡ଼ା : ଗୋଟିଏ ନୁହେଁ କି ୨ଟି ନୁହେଁ , ଏକାଥରକେ ୩ ଟି ସ୍ତ୍ରୀ । ଗୋଟିଏ ସ୍ତ୍ରୀ ଓଡିଶା, ଆଉ ଗୋଟିଏ ସ୍ତ୍ରୀ ପଡୋଶୀ ରାଜ୍ୟ ଆନ୍ଧ୍ର ଏବଂ ଆଉ ଏକ ସ୍ତ୍ରୀ କେରଳରେ । ପୂର୍ବରୁ ୨ ସ୍ତ୍ରୀ ଥିବା କଥାକୁ ଲୁଚାଇ କେରଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଯୁବକ । ଏବେ ଧରାପଡି ତିନି ସ୍ତ୍ରୀଙ୍କ ଠାରୁ ଖାଇଛନ୍ତି ମାଡ । ଯାହାକି ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।
ଖବର ଅନୁଯାୟୀ, ରାୟଗ଼ଡ଼ା ଜିଲ୍ଲା କୁର୍ଲି ପଞ୍ଚାୟତର ବୁସବାଡ଼ି ଗାଁର ଜଣେ ଯୁବକ ବିବାହ କରିଥିଲେ । ଏହାପରେ ବି ସେ ଆନ୍ଧ୍ର ରାଜ୍ୟ କୁନ୍ତେଷୁ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଘରକୁ ଆଣିଥିଲେ । ଘରେ ପୂର୍ବରୁ ଗୋଟିଏ ସ୍ତ୍ରୀ ଥିବା ବେଳେ ଆଉ ଗୋଟିଏ ସ୍ତ୍ରୀ ଘରକୁ ଆଣିଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଏହାପରେ ସ୍ୱାମୀ ଜଣଙ୍କ ଘର ଛାଡି କେରଳକୁ ଚାଲିଯାଇଥିଲେ । ଲକ୍ଡାଉନ୍ ସମୟରେ ଯୁବକ ଜଣଙ୍କ କେରଳରେ ଯାଇ ଏକ କାରଖାନ୍ରେ କାମ କରୁଥିଲେ । ସେଠାରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ନିଜ ବିବାହ କଥା କେରଳ ଯୁବତୀଙ୍କୁ ଲୁଚାଇଥିଲେ ।କିଛି ଦିନ ପରେ କେରଳର ଏକ ଚର୍ଚ୍ଚାରେ ଉଭୟ ବିବାହ କରିଥିଲେ ।ତେବେ ପ୍ରଥମ ଲକ୍ଡାଉନ୍ ସରିବା ପରେ ଯୁବକ ଜଣଙ୍କ ଘରକୁ ଫେରି ଆଉ କେରଳ ଯାଇନଥିଲେ । ସେପଟେ କେରଳରେ ଥିବା ବିବାହ କରିଥିବା ଯୁବତୀ ଜଣଙ୍କ ବହୁ ଚେଷ୍ଟା କରିଥିଲେ ତାଙ୍କ ସହ ଯୋଗାଯୋଗ କରିବାକୁ, କିନ୍ତୁ କିଛି ସୁଫଳ ହୋଇନଥିଲା । ଶେଷରେ ଯୁବକଙ୍କର ଜଣେ ସାଙ୍ଗ ଠାରୁ ଯୁବତୀ ଜଣଙ୍କ ଯୁବକଙ୍କ ନମ୍ବର ଓ ଘର ଠିକଣା ଆଣିଥିଲେ । ଏହାପରେ ଯୁବତୀ ଜଣଙ୍କ ଆସି ଯୁବକଙ୍କ ଘରେ ପହଞ୍ଚିଥିଲେ ।
ତେବେ ପୂର୍ବରୁ ୨ଟି ସ୍ତ୍ରୀ ଥିବା ଦେଖି ପାଟିତୁଣ୍ଡ କରିଥିଲେ । ସେପଟେ ପୂର୍ବରୁ ରାଗ ରଖିଥିବା ୨ଜଣ ସ୍ତ୍ରୀ ଓ କେରଳ ଯୁବତୀ ମିଶି ସ୍ୱାମୀଙ୍କୁ ନିର୍ଦ୍ଦୁମ ଛେଚିଥିଲେ । ଏଥିଲେ ସ୍ୱାମୀ ଜଣଙ୍କ ଆହତ ହୋଇ ଚେତାଶୁନ୍ୟ ହୋଇପଡିଥିଲେ । ଗାଁର କିଛି ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।
