ଅଜଣା ମହିଳାଙ୍କର ମୃତଦେହ ଉଦ୍ଧାର

କେନ୍ଦୁଝର : ପୋଖରୀରେ ଭାସୁଥିବା ଅବସ୍ଥାରେ ଅଜଣା ମହିଳାଙ୍କର ମୃତଦେହ ଉଦ୍ଧାର । କେନ୍ଦୁଝର ଟାଉନ ଥାନାର ନରଣପୁର ଗାଁର ହାଟପଡିଆ ଛକ ନିକଟରେ ଥିବା ଏକ ପୋଖରୀକୁ ଭାସୁଛି ଏହି ମୃତଦେହ । ଗାଧୁଆ ପାଧୁଆ କରିବାକୁ ଗାଁ ଲୋକେ ଆସିବା ସମୟରେ ପୋଖରୀରେ ଏକ ମହିଳାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।

ଖବରଟି ପ୍ରଚାର ହେବା ମାତ୍ରେ ସେଠାରେ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ଓ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ମହିଳାଙ୍କର ମୃତଦେହ ଉଦ୍ଧାର କରିଥିଲେ । ମହିଳା ଜଣଙ୍କ ନାଲି ଶାଢ଼ୀ ପିନ୍ଧିଥିବା ବେଳେ ହାତ ରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୁର ଥିବାରୁ ସେ ଜଣେ ସଧବା ମହିଳା ବୋଲି ଜଣାଯାଏ । ତାଙ୍କର ବୟସ ପଚାଶ ରୁ ପଞ୍ଚାବନ ମଧ୍ୟରେ ହେବ ବୋଲି ଅନୁମାନ କରାଯାଏ ।

ଏହା ସହ ହାତରେ ସୁନାର ଶଙ୍ଖା ଥିବାରୁ ସେ ଜଣେ ସଂଭ୍ରାନ୍ତ ପରିବାର ର ମହିଳା ବୋଲି ଅନୁମାନ କରାଯାଏ । ନରଣପୁର ଅଞ୍ଚଳର ସରପଞ୍ଚଙ୍କ ସହ ସେ ଅଂଚଳର ଲୋକେ ମହିଳା ଜଣଙ୍କୁ ଜାଣିନାହାନ୍ତି ଓ ଏହି ଅଞ୍ଚଳର ନୁହେଁ ବୋଲି କହିଛନ୍ତି । ତେବେ ମହିଳାଙ୍କୁ କେହି ହତ୍ୟା କରି ଆଣି ଏଠାରେ ଫୋପାଡି ଦେଇଥାଈପାରେ ବୋଲି ଅନୁମାନ କରାଯଉଛି । ନଚେତ ଶୌଚ ବା ଗାଧେଇବା ପାଇଁ ଆସି ପୋଖରୀ ରେ ବୁଡିଯାଇଥାଇପାରନ୍ତି ବୋଲି ଅନୁମାନ ମଧ୍ୟ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ମୃତ୍ୟୁର କାରଣ ଖୋଜୁଛି ।

Leave a Reply

Your email address will not be published. Required fields are marked *