ସୋରରେ ଜିଞ୍ଜର , ମାଫିଆ ମାଲେ ମାଲ , ଅବକାରୀ ଓ ପୋଲିସ ବଦନାମ , ଝାଡଖଣ୍ଡରୁ କଲିକତା , କଲିକତାରୁ ସୋର , ମାସକୁ ୧୫ହଜାରରୁ ୨୦ହଜାର ବୋଟଲ ଜିଞ୍ଜର ବିକ୍ରି , ଜେଉଁଥିରେ ରୋଜଗାର ହେଉଛି ୧୫ରୁ ୨୦ ଲଖ୍ୟ , ସୋର ବ୍ଲକ ପାଖର ପଞ୍ଚାୟତର ସନ୍ତୋଶ ସାଜିଛି ମାଷ୍ଟର ମାଇଣ୍ଡ , ବଡ ନେଟଓ୍ବାର୍କ , ବଡ ବାବୁଙ୍କ ସହଯୋଗ , ସେଟିଂ କୁଆଡେ ହାଇଫାଇ ଲେବୁଲରେ , କିନ୍ତୁ ତାର ଟେର ପାଉନି ପୋଲିସ କି ଅବକାରୀ , ମଧୁମିତା ମହାନ୍ତି ସୋର ଥାନା ଅଧିକାରୀଣି ଥିଲା ବେଳେ ଦୁଇଥର ଚଢାଉ କରି ବିଫଳ ହୋଇଥିଲା ପୋଲିସ , ତେବେ କଲିକତାରୁ ସୋର ଆସୁଥିବା ଏଇ ଜିଞ୍ଜର , କାଲମେଡ ଡ୍ରଗ୍ସ ନାମକ ଏକ କମ୍ପାନି ଝାଡଖଣ୍ଡ କୁମୁଡା କୁରତିଆ ଆସୁତୋଶ ମୁଖାର୍ଜି ରୋଡ ମଧୁପୁରରେ ପ୍ରସ୍ତୁତି କରୁଥିଲା ବେଳେ ୪୫୦ ଏମ ଏଲ ଏ ବୋଟଲକୁ ୧୨୩ ଟଙ୍କା ୩୦ ପଇସା ମୁଲ୍ୟ ରଖିଛି , ଜେହେତୁ ଏଇ ଜିଞ୍ଜର ଓଡିଶାକୁ ଚୋରାରେ ଅଣା ଯାଉଛି ଏବଂ ବ୍ଲାକରେ ବିକ୍ରି ହେଉଛି ତେଣୁ ଓଡିଶାରେ ଏହାକୁ ୨୫୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି , ସରକାରୀ ମଦ ଦୋକାନରେ ସାଧାରଣତ ୫୦ ଶତକଡା ତଳେ ଆଲକୋହଲ ମାତ୍ରା ଥିବା ମଦ ବିକ୍ରି ହେଉଥିବା ବେଳେ ଜିଞ୍ଜରରେ ୯୦ ଶତକଡା ଆଲକୋହଲ ରହିଛି , ଯାହା ଏହାକୁ ପିଉଥିବା ଲୋକର କିଡନିକୁ ନଷ୍ଟ କରିଦେବ , ଏଇ ଜିଞ୍ଜର ପ୍ରସ୍ତୁତ କମ୍ପାନି ବେଆଇନ ଭାବେ ଓଡିଶାରେ ବେପାର କରୁଥିବା ବେଳେ ଡ୍ରଗ୍ସ ଇନିସ ପେକ୍ଟର କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ତେବେ ଏଇ ଜିଞ୍ଜର ପାଇଁ ଆଗାମି ଦିନରେ ସୋରରେ ଏକ ବଡ ଧରଣର ମଦମ୍ରୁତ୍ୟୁ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ I ଏହି ଜିଞ୍ଜର ନିର୍ଦିଷ୍ଟ କୋରିଅରରେ ଆସୁଥିବା ବେଳେ ଡ୍ରଗଇନିସପେକ୍ଟର , ପୋଲିସ କି ଅବକାରୀ କେମିତି ଟେର ପାଉନାହାନ୍ତି ? ୨୦୦୬ ମସିହାରେ ସରକାର ଏଇ ଜିଞ୍ଜରକୁ ଓଡିଶାରେ ବିକିବାକୁ ବେଆଇନ ଘୋଷଣା କରିଥିବା ବେଳେ ବେପାରି କିନ୍ତୁ ସରକାରଙ୍କ ନିଅମକୁ ଫୁ କରି ବେପାର ଚଳାଇଛନ୍ତି I ତେବେ ସୋରଥାନାର ଆଇ ଆଇସି ସୁଜାତା ଖମାରି କେବେ ଏଇ ମାଫିଆଙ୍କୁ ଧରିବେ ଆଉ ସୋରବ୍ଲକ ପାଖରର ଜିଞ୍ଜର ମାଫିଆ ସନ୍ତୋଶକୁ କେବେ ଗିରଫ କରିବେ ତାହା ଦେଖିବାକୁ ବାକିରହିଲା I
ଆଶା ଆଉ ବିଶ୍ବାସ ଅଛି ସାଧାରଣ ଲୋକଙ୍କୁ ମରଣ ମୁଖକୁ ନେଉଥିବା ଏ ବିଶାକ୍ତ ଜିଞ୍ଜର ମାଫିଆ ବହୁତ ଶିଘ୍ର ଆଇନର ଶିକଞ୍ଜାରେ ରହିବ I ଆଉ ସୋରରେ ହେବାକୁ ଥିବା ଏକ ବଡ ଧରଣର ବିପଦ ଟଳିଜିବ I ସେପଟେ ସୋର ଅବକାରୀ ଓ ବାଲେଶ୍ବର ଡ୍ରଗଇନିସ ପେକ୍ଟରଙ୍କ ଜିଞ୍ଜର ମାଫିଆଙ୍କ ସହ ମଧୁର ସମ୍ପର୍କଥିବା ଅଭିଯୋଗ ହେଉଥିଲା ବେଳେ ଏ ଦୁଇ ବିଭାଗର ନିରବତା ଅଭିଯୋଗକୁ କଉଠିନା କଉଠି ପ୍ରମାଣିତ କରୁଛି I
