ବଣାଇଗଡ ( ଲୋକନାଥ ସାମଲ)
ବଣାଇ ଥାନା କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁରୁଣ୍ଡୁପାଲି ଠାରେ ଥିବା ଶିବା ସ୍ପଞ୍ଜ ଆଇରନ କାରଖାନା ର ଗେଟ୍ ସମ୍ମୁଖ ରେ ଉଚ୍ଚ କ୍ଷମତା ସମ୍ପର୍ନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଗାଡି ଚାଳକ
ଗୁରୁତର ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଆଜି ସକାଳେ କୋଇଡା ଖଣି ଅଞ୍ଚଳ ରୁ ଏକ ଟ୍ରକ ରେ ଲୁହାପଥର ବୋଝେଇ କରି ଗୁରୁଣ୍ଡୁପାଲି ସ୍ଥିତ ଶିବା ସ୍ପଞ୍ଜ ଆଇରନ କାରଖାନା କୁ ,ଆସିଥିଲା। ଏବଂ ଦିନ ପ୍ରାୟ ୧୧ସମୟରେ (OD09C-0023) ଟ୍ରକ ଟି ଲୁହାପଥର ସବୁକୁ କାରଖାନା ର ଷ୍ଟକ୍ ୟାଡ ରେ ଖାଲି କରିବା ସହିତ, କାରଖାନା ରୁ ବାହାରି ଗେଟ୍ ସମ୍ମୁଖ ରାସ୍ତାରେ ଗାଡ଼ି କି ଛିଡ଼ା କରି ଟ୍ରକ ଡାଲାକୁ ସଂଯୁକ୍ତ କରୁଥିବା କାଠ ପଟାକୁ ସଂଯୋଗ କରିବା ସମୟରେ ରାସ୍ତା ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶରୀରର ଅର୍ଦ୍ଧାଧିକ ଅଂଶ ଜଳିଯାଏ ଗୁରୁତର ହୋଇଥିବା ଜଣାପଡିଛି।
ସଙ୍ଗେ ସଙ୍ଗେ ଗେଟ୍ ସମ୍ମୁଖ ରେ ମୁତୟନ ଥିବା ସିକୁରିଟି ଗାଡ ମାନଙ୍କ ନଜରକୁ ଘଟଣା ଟି ଆସିବା ରୁ ତୁରନ୍ତ ଗାଡ଼ି ଚାଳକ କୁଂ ଉଦ୍ଧାର କରି ଵଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ । ତାଙ୍କ ଘର ବାରକୋଟ ଥାନା ଅନ୍ତର୍ଗତ ଗୋପପାଲି ଜଣାପଡିଛି ଏବଂ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏହି ସ୍ଥାନ ରେ ସମାନ ଧରଣର ଦୁର୍ଘଟଣା ଘଟି ଦୁଇ ଜଣ କଂ ପ୍ରାଣହାନି ଘଟିଥିବା ବେଳେ ,ରାସ୍ତା ଉପରେ ଏତେ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂଯୋଗ ଥିବା ରୁ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ର ନଜରକୁ ଆସୁଛି ତେଣୁ ବିଦ୍ୟୁତ ବିଭାଗର ଚରମ ଅବହେଳା କୁ ଲୋକ ମାନେ ଦାୟି କରିଛନ୍ତି
