ଜଳିଗଲା ଦୁଇ ବଖରା ଘର

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କଳାପାହାଡ଼ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଗ୍ନି କାଣ୍ଡରେ ଘଟି ଗୋଟିଏ ଗାଈ ପୋଡିଯାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ଟି ଗାଈ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ତ୍ରିନାଥ ମହାରଣା ଓ ବିଶ୍ୱନାଥ ମହାରଣାଙ୍କ ଗୁହାଳ ଘରେ ଘସି ଧୁଆଁ ଲଗା ଯାଇଥିଲା। ସେଥିରୁ ନିଆଁ ଉଠି ଚାଳରେ ଲାଗି ଯାଇଥିଲା ବୋଲି କୁହାଯାଉଛି । ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ସେମାନେ ଗୁହାଳରେ ଥିବା ଗାଈଗୁଡ଼ିକୁ  ଉଦ୍ଧାର କରିବା ସହିତ ନିଆଁ ଲିଭାଇ ଥିଲେ। ଖବର ପାଇ ସତ୍ୟବାଦୀ ଅଗ୍ନି ଶମ ବିଭାଗ ପକ୍ଷରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଦୁଇ ବଖରା ଗୁହାଳ ଘର ସଂପୂର୍ଣ୍ଣ ଜଳିଯାଇଛି ।

Leave a Reply

Your email address will not be published. Required fields are marked *