କିଏ ଗଲେ ଆସିଲେ ପଡିବନି ଫରକ୍: ସୂର ରାଉତରାୟ

ଭୁବନେଶ୍ୱର : ପିସିସି କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ ଓ ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ବାରମ୍ବାର ଦିଲ୍ଲୀ ଗସ୍ତ କରି ଅଯଥାରେ ଦଳକୁ ବଦନାମ କରିବା ଛଡା ଆଉ କିଛି ନୁହଁ । ଯଦି ଦଳରେ ରହିବାର ଅଛି ରୁହ ଆଉ ଯଦି ଦଳ ଛାଡିବାର ଅଛି ଛାଡ଼ । କଂଗ୍ରେସ ଦଳ ମହାସମୁଦ୍ର । କିଏ ରହୁ କି ଯାଉ କିଛି ଫରକ ପଡିବନି ବୋଲି ସ୍ପଷ୍ଟ କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ଏଠି କାହା ପାଇଁ କିଛି ଫରକ ପଡିବନି ବୋଲି ସିଧାସଳଖ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଇତରାୟ ।

Leave a Reply

Your email address will not be published. Required fields are marked *