ବଣାଇଗଡ: ଲୋକନାଥ ସାମଲ
ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ କୋଇଡା ମାଇନିଙ୍ଗ ସେକ୍ଟର ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା (KJST) ଖଣି ର ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ, ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି, କୋଇଡା ତହସିଲ ଅନ୍ତର୍ଗତ ୧୧୮.୨୬୮ , ହେକ୍ଟର ପରିମିତ ଅଂଚଳରେ, ପ୍ରବୋଧ ମହାନ୍ତି (KJST) ଖଣି ବାର୍ଷିକ ୪.୫୩୮ ଟନ୍ ବୃଦ୍ଧି ନିମନ୍ତେ ସିଡିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ,ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ ରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶ୍ୱଜିତ ମହାପାତ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର , ରାଉରକେଲା ଆଞ୍ଚଳିକ ଅଧିକାରୀ ଡକ୍ଟର ପ୍ରକାଶ ମହାପାତ୍ର, ବୈଜ୍ଞାନିକ ଦିପକ ସାହୁ, ବଣାଇ ଉପଜିଲ୍ଲାପାଳ ପ୍ରଦିପ ଡାଙ୍ଗ କୋଇଡା ତହସିଲଦାର ଶୁଭଦର୍ଶୀ ଯୋଶୀ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଖଣି ମାଲିକ ଶ୍ରୀ ପ୍ରବୋଧ ମହାନ୍ତି (KJST) ଖଣି ର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ, ପାରିପାର୍ଶ୍ବିକ ଅଞ୍ଚଳରେ କି ପ୍ରକାର ପ୍ରଭାବ ପଡିବ ଓ ଏହାର କିଭଳି ପ୍ରତିକାର କରାଯିବ,ଏ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ସହ, ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା। ଏଥିରେ ବଣାଇ ର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ,ଡେଙ୍ଗୁଳା ସରପଞ୍ଚ ଅଶମତି ମୁଣ୍ଡା, ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଅନୀଲ ବାର୍ଲା, ବିଜେଡି ସଭାପତି ରବିନାରାୟଣ ସାହୁ, କୋଇଡା ସରପଞ୍ଚ ସଂଧ୍ୟା ରାଣୀ ନାଏକ, ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ପ୍ରମୁଖ ୩୦ରୁ ଉର୍ଦ୍ଧ ଲୋକ ଖଣି ସପକ୍ଷରେ ମତାମତ ଦେଇଥିଲେ। ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ପାନୀୟ ଜଳ ଯୋଗାଣ, ଆମ୍ବୁଲାନ୍ସ ଯୋଗାଣ, ବିଜୁଳି, ରାସ୍ତା ଘାଟ ଉନ୍ନତି ନିମନ୍ତେ ଜନସାଧାରଣ ଦାବି କରିଥିଲେ। ଜନସାଧାରଣଙ୍କ ଦାବିକୁ ଗ୍ରହଣ କରି ଖଣି ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଗ୍ରାମ ର ସମସ୍ତ ଦାବିକୁ ପୂରଣ କରିବା କରାଯିବ ବୋଲି ଖଣି ମାଲିକ ପ୍ରବୋଧ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ
