ସୋର : ସୋରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନୂତନ ଡିସପେନସାରୀ ଖୁବଶୀଘ୍ର ଖୋଲିବା ପାଇଁ ଯଥାଶୀଘ୍ର କାର୍ଯ୍ୟ କରିବା ଦିଗରେ କେନ୍ଦ୍ର ଶ୍ରମ ନିଯୁକ୍ତି ମନ୍ତ୍ରୀ ଶ୍ରୀ ଭୃପେନ୍ଦର ଯାଦବ ଙ୍କୁ ଗତ ୨୮ ତାରିଖରେ ପତ୍ରାଙ୍କ ନମ୍ବର ୪୯୦ ମୂଳେ ଏକ ପତ୍ର ଲେଖିଛନ୍ତି। ଏଥିନେଇ ରାକ୍ୟ ସରକାରଙ୍କ ପ୍ରସ୍ତାବ ଥିବା ସ୍ଥଳେ ରାଜ୍ଯ ସରକାର କାମରେ ଡେରି କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧରଣଲୋକଙ୍କ ଆବଶ୍ଯକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ପ୍ରସଙ୍ଗରେ ତ୍ବରିତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି। ପ୍ରକାଶଥାଉକି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଛଅଗୋଟି ବ୍ଲକ ଯଥା ସୋର , ବାହାନଗା, ନୀଳଗିରି, ଔପଦା, ଖଇରା ଓ ବାସୁଦେବପୁର ଏବଂ ସୋର ମ୍ୟୁନିସିପାଲଟି ର ଜନସାଧାରଣ ଏବଂ ଜାତିୟ ରାଜପଥର ଦୁର୍ଘଟଣାଗ୍ରସ୍ଥ ରୋଗିମାନେ ନିର୍ଭର କରୁଥିବା ବେଳେ ଅଧିକାଂଶ ସମୟରେ ଡାକ୍ତର ଏବଂ ଉପଯୁକ୍ତ ଚିକିତ୍ସାର ଅଭାବ କାରଣରୁ ରୋଗୀମାନେ ଅନ୍ୟ ବଡ ଡାକ୍ତରଖାନାକୁ ରେଫର ହୋଇଥାନ୍ତି। ସୋରରେ ଏକ ନୂତନ ଡିସପେନସାରୀ ର ଆବଶ୍ୟକତା ଥିବା ସ୍ଥଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଏ ଦିଗରେ ତତ୍ପରତା ପାଇଁ ସୋରର ଜନସାଧାରଣ ଆନନ୍ଦ ପ୍ରକାଶ କରିଥିବାବେଳେ ସୋର ବିଜେପି ତରଫରୁ ସୋର ବିଜେପି ନେତା ରାକେଶ ମଲିକ, ବାହାନଗା ବ୍ଲକ ଅଧ୍ୟକ୍ଷା ସରସ୍ବତୀ ମହାଳିକ,ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ବର ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମନୀଷା ଭେହେରା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ମୃତ୍ୟୁଞୟ ଜେନା,ଏହି ଧନ୍ୟବାଦ ଖବରରେ ସୋରର ପୂର୍ବତନ ନଗରପାଳ ନଳିନୀକାନ୍ତ ମହାପାତ୍ର ଏବଂ ସଂଜୀବ ରାଉଳ ଙ୍କ ନାମ ଉଲ୍ଲେଖ କରିବା ପାଇଁ ଅନୁରୋଧ। ଜାତୀୟ ପରିଷଦ ସଭ୍ଯ ଆଶିଷ ଦାସ, ରାଜ୍ୟ ପରିଷଦ ସଭ୍ଯ ମାଧବ ଧଡା ସମସ୍ତ ମଣ୍ଡଳ ସଭାପତି ସନ୍ତୋଷ ସାହୁ, ସିଦ୍ଧାର୍ଥ ବେହେରା, ଗଣେଷ ଦାସ, ସନାତନ ଦାସ, ଶ୍ରୀଧର ପରିଡା, ଗୌରାଙ୍ଗ ପାଣିଗ୍ରାହୀ ଏବଂ ଦିଲ୍ଲୀପ ଦାସ ପ୍ରମୁଖ ଧନ୍ୟବାଦ ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି ବୋଲି ସୋର ଗଣମାଧ୍ୟମ ସଂଯୋଜକ ଶ୍ରୀଧର ମହାପାତ୍ର ଜଣାଇଛନ୍ତି।
