ଆକ୍ରମଣରେ ବୃଦ୍ଧ ଗୁରୁତର

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଆସିଥିବା ଏକ ଭାଲୁ ବାଟବଣା ହୋଇ ପଡିଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ନିକଟ ଗୋପୀନାଥପୁର ଗାଁ ରେ ଏହି ଭାଲୁଟି ସମ୍ପ୍ରତି ଉପଦ୍ରବ ଘଟାଇ ଚାଲିଛି। ଲୋକଙ୍କୁ ଦେଖିଲେ ଗୋଡ଼ାଇ କାମୁଡୁଛି। ଭାଲୁ ଭୟରେ ଲୋକେ ଘରେ ତାଟି କବାଟ ପକାଇ ଦେଇଛନ୍ତି। ଉକ୍ତ ଗାଁ ର ମୁକୁନ୍ଦ ରାଉତ(୭୦) ନାମକ ବୃଦ୍ଧ ଵିଲକୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ତାଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ବୃଦ୍ଧଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଏହି ଭାଲୁକୁ ସ୍ୱର୍ଣ୍ଣଚୂଡ଼ ଜଙ୍ଗଲକୁ ଘଉଡ଼ାଉ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *