କୂଳରେ ଲାଗିଛି ମୃତଦେହ

ଖଲ୍ଲିକୋଟ,  : ସମୁଦ୍ର କୂଳରେ ଲାଗିଛି ମୃତଦେହ ।  ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତର ନିକଟବର୍ତ୍ତୀ ସମୂଦ୍ର କୂଳରେ ମୃତଦେହଟି ଲାଗିଥିବା ଦେଖିବାକୁ ମିଳିଛି l

ସୂଚନା ଅନୁସାରେ, ସୋମବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକ ଏହା ଦେଖି ଗଂଜାମ ପୋଲିସ ଥାନାକୁ ଜଣାଇଥିଲେ । ଘଟଣା ବାବଦରେ ଖବର ପାଇ  ପୋଲିସ ପହଁଚିଥିଲା ।

ଏଯାବତ ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ ।   ସମୁଦ୍ରରେ ଭାସି ଆସି ଏହି ସମୁଦ୍ର କୁଳରେ ଲାଗିଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *