ବଣାଇଗଡ: (ଲୋକନାଥ ସାମଲ)
ଗତକାଲି ରାତି ପ୍ରାୟ ନଅଟା ସମୟରେ ବଣାଇ ଉପଖଣ୍ଡ ,କେ. ବଲାଙ୍ଗ ଥାନା ଅନ୍ତର୍ଗତ ମହିଶିଛପଲ୍ ଗାଁର ଅମ୍ବ୍ରିତ୍ ଓରାମଙ୍କର ଚାରି ବର୍ଷର ପୁଅ ଘର ଚଟାଣରେ ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡ଼ାରେ ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଲହୁଣୀପଡ଼ା ଚିକିତ୍ସାଳୟକୁ ଅଣା ଯାଇଥିଲା। ଡ଼ାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଆଜି ଅମ୍ବ୍ରିତ୍ ଥାନାରେ ଅଭିଯୋଗ କରିବା ପରେ, ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି , ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବା ସହିତ ଲହୁଣୀପଡ଼ା ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଛି।
