ଝିଆରୀକୁ ଦୁଷ୍କର୍ମ

ପାଟଣା  : କେନ୍ଦୁଝର ଜିଲ୍ଲା  ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରି କକା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନୂଆଖମଣ ଗ୍ରାମର ଭୋଳେଶ୍ବର ମୁଣ୍ଡା (୩୦)।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ  ଗତ ସୋମବାର ରାତି ୮ ସମୟରେ ପାଇଖାନା ଯାଇଥିବା ସମୟରେ ଅଭିଯୁକ୍ତ କକା ପାଇଖାନା ପଛପଟେ ଜୋର ଜବରଦସ୍ତ  ଭାବରେ ଦୁଷ୍କର୍ମ କରିଥିଲା । ପୀଡିତା ଜଣଙ୍କ ଘଟଣା ସମ୍ପର୍କରେ ଘରେ ଜଣାଇବା ପରେ ଗ୍ରାମରେ ଗୁରୁବାର ଏକ ସଭା ବସି ପୀଡିତାକୁ ଅନ୍ୟତ୍ର ବିବାହ କରାଇବାପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା। କିନ୍ତୁ ଘଟଣାକୁ ନେଇ ଅଭିଯୁକ୍ତର ସ୍ତ୍ରୀ ପୀଡିତା ପରିବାରକୁ ପାଟିତୁଣ୍ଡ ସହ ଗାଳି ଗୁଳଜ କରିବାରୁ ପୀଡିତା ନାବାଳିକାର ବାପା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ନାବାଳିକାର ଡାକ୍ତରୀ ମାଇନା କରାଇ  ଅଭିଯୁକ୍ତ କକାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ ୧୦୮ /୨୧ ରେ ଏକ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *