ଭିଜିଲାନ୍ସ ଜାଲରେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ

ଗୋପ : ଚୋର ଡକାୟତଙ୍କୁ ଧରି ଜେଲ ପଠାଉଥିବା ପୁଲିସ ଏଵେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯିବା ଘଟଣା ଗୋପରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ଜାଲରେ ଫସିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଏକ ଜମିବାଡି ଵିଵାଦ ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ପୂର୍ବାହ୍ନରେ ଭୂବନେଶ୍ବର ଭିଜିଲାନ୍ସ ଓ ପୁରୀ ଭିଜିଲାନ୍ସ ବିଭାଗ ଟିମ ହାତରେ ଧରାପଡିଛନ୍ତି ଏଏସଆଇ ନାୟକ। ଗୋପ ଥାନା ଅଧୀନ ଗଣେଶ୍ବରପୁର ପଂଚାୟତ ସୁବର୍ଣ୍ଣପୁର ଗ୍ରାମର ମନୋରଂଜନ ଵେହେରାଙ୍କ ଏକ ଜମିବାଡି କେସକୁ ଫଇସଲା କରିବା ପାଇଁ ଏଏସଆଇ ନାୟକ ଥାନା ପରିସରରେ ଥିବା ତାଙ୍କ ଵାସଗୃହରେ ମନୋରଂଜନଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଭୂବନେଶ୍ବର ଭିଜିଲାନ୍ସ ଅଫିସକୁ ନେଇ ଯାଇଥିବା ବେଳେ ତାଙ୍କ ବାସଗୃହ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।

Leave a Reply

Your email address will not be published. Required fields are marked *