ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ବଣାଇଗଡ : ଲୋକନାଥ ସାମଲ)
ବଣାଇ
ଭାରତୀୟ ଜନତା ପାର୍ଟି ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଅନୀଲ ବାର୍ଲା କଂ ନେତୃତ୍ବରେ ଵଣାଇ ଉପଖଣ୍ଡର ସମସ୍ତ ମଣ୍ଡଳରେ ଆମ ସମସ୍ତଙ୍କ, ମାର୍ଗ ଦର୍ଶକ, ଏକାନ୍ତ ମାନଵ ବାଦ, ଉତ୍ତମ ସଂଗଠକ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ, ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଲହୁଣୀପଡ଼ା ମଣ୍ଡଳ ରେ ମୁଖ୍ୟ ବକ୍ତା ଭାବେ ଦଳର ବରିଷ୍ଠ ନେତା ମନୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମଣ୍ଡଳ ସଭାନେତ୍ରୀ ନମିତା ମାହାନ୍ତ ତଥା ସମସ୍ତ, କାର୍ଯ୍ୟ କର୍ତ୍ତା ଗଣ ଯୋଗ ଦେଇଥିଲେ , ଅନୁରୂପ ଭାବେ,(କ) ବଲାଙ୍ଗ ମଣ୍ଡଳ ରେ ମୁଖ୍ୟ ବକ୍ତା ଭାବେ ଦଳର ଉପ ସଭାପତି ମହେଶ ଶାହା। ଏବଂ ବଣାଇ ମଣ୍ଡଳ ରେ ମୁକୁନ୍ଦ ନାଏକ ଯୋଗ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜିବନୀ ଦର୍ଶନ,ଓ ବିଚାର ଧାରା, ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।ସେହି ଭଳି ଭାବେ ଜିଲ୍ଲା ପକ୍ଷରୁ ମୁଖ୍ୟ ବକ୍ତା ଭାବେ ଦଳର ଜିଲ୍ଲା ସଭାପତି ଅନୀଲ ବାର୍ଲା ଯୋଗଦେଇ ଥିବା ବେଳେ, ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ବିଜୟ ଖାଲକୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଯୀ କଂ ଜିଵନୀ ଓ ଆଦର୍ଶ ସମ୍ପର୍କରେ ସମବେତ କାର୍ଯ୍ୟ କର୍ତ୍ତା ଗଣ କୁଂ ଉଦବୋଧନ ଦେଇଥିଲେ

Leave a Reply

Your email address will not be published. Required fields are marked *