ଉମରକୋଟ : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଶରଧାପୁର ଗାଁ ନିକଟରେ ଝୁଲୁଛି ମୃତଦେହ । ଗାଁ ନିକଟରେ ଥିବା ଏକ ବବୁଲ ଗଛରେ ଝୁଲୁଛି ମୃତଦେହ । ରଶି ଲଗାଇ ଆତ୍ମହତ୍ୟା କରିଥିବା କରିଥିବା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଶରଧାପୁର ଗ୍ରାମର ଯୁବତୀ ଦୂରପତି ମାଝି ଆଜକୁ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗାଁର କାମଦେବ ମାଝି ଅନ୍ୟ ଜଣେ ଯୁବକ ଦୂରପତି ମାଝିକୁ ନେଇ କେଉଁଆଡେ ଚାଲିଯାଇଥିଲା । ଉଭୟଙ୍କ ପରିବାର ବହୁ ଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇନଥିଲେ । ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଚାଲି ଆସୁଥିବାର କିଛି ଲୋକ ଦେଖିଥିଲେ । କିନ୍ତୁ ଶେଷରେ ଉଭୟ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ସକାଳେ ଗ୍ରାମବାସୀ ଗାଁ ନିକଟରେ ଥିବା ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ସକାଳ ସମୟରେ ଏହି ଖବର ପ୍ରଚାର ହେବା ପରେ ସେହିସ୍ଥାନକୁ ଦେଖଣାହାରୀ ଙ୍କ ସୂଅ ଛୁଟିଛି ।
