ସାମ୍ବାଦିକଙ୍କୁ ପକୋଡା ଲାଞ୍ଚ !

ବାଲେଶ୍ବର : ସାମ୍ବାଦିକଙ୍କୁ ପକୋଡା ଲାଞ୍ଚ I ଏ କଥା ଆଶ୍ଚର୍ଯ୍ୟ ଜେତିକି ଲାଗୁଛି ଭାବିବାକୁବି ସେତିକି ବାଧ୍ୟ କରୁଛି I ଏଇ କିଛିଦିନ ହେବ ସାମ୍ବାଦିକ ଆଉ ଲାଞ୍ଚ ଜେମିତି ଏକ ବଡ ଚର୍ଚାର ପ୍ରଶଙ୍ଗ ସାଜିଛି I ତେବେ ଗତ ତା ୨୩ ରିଖ ଘଟଣା ଆଜି ବାଧ୍ୟ କରୁଛି ଏଇ ଅନାଲୋଚିତ ବିଷୟକୁ ଆଲୋଚନାରେ ସ୍ଥାନ ଦେବାକୁ I ପ୍ରଥମ କଥା ସମ୍ବାଦ ପରିବେଷଣ କରିବା ସାମ୍ବାଦିକର କାମ I ଆଉ ଜଦି ସାମ୍ବାଦିକ ସମ୍ନିଳନି ହେଲା ତାହାଲେ ସେଠାକୁ ଯାଇ ଖବର ଆଣିବା ସହଜ ,  କିନ୍ତୁ ସେଠି ପକୋଡା ଖାଇବା କଣ ସାମ୍ବାଦିକର ସମ୍ମାନ ପ୍ରତି ଆଞ୍ଚ ଆଣୁନିକି ? ଖାଇବାକୁ ଦେଇଥିବା ଲୋକଟି ବା ସଂସ୍ଥାଟି ଜଦି କିଛି ଭୁଲ କଥା କହିଥାଏ ତାକୁ ଖବରରେ ସ୍ଥାନ ଦେବାକୁ ଇଛା ଥିଲେବି ଦେଇହୁଏନା , କାରଣ ତାର ଖାଇଛ I ଜଉଁ ମାନେବି ପକୋଡା ଫକୋଡା ଦେଉଛନ୍ତି ତାଙ୍କ ଉଦେଶ୍ୟ ସମାନ ଟିକେ ଭଲ ଚର୍ଚା କଲେ ଖବରଟା ଫାଇନାଲ ବସିବ I ତେବେ ପକୋଡା ଖାଇସାରିବା ପରେ ଖବରନକଲେ କାଳେ କହିଦେବେକି ଖାଇ ପିଇକି ଗଲେ ଖବର ହେଲାନି ! କିଏ କିଏତ କୁହନ୍ତେତି ୫୦ଖାଇଲେ ଖବରହେଲା ୫ଟାରେ  ତେବେ ପକୋଡାବି ଏଠି ଲାଞ୍ଚ ଶ୍ରେଣି ଭୁକ୍ତ ହେଲା I

ଏ ଲାଞ୍ଚ ନଗଦ ଦେଇଛି ବାଲେଶ୍ବର ଅଟଳ ଯୁବଶକ୍ତି , ରକ୍ତ ଦାନ ଶିବିର କରିବା ପାଇଁ ଏଇ ଅନୁଷ୍ବାଠାନ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନି କରିଥିଲା , ସାମ୍ବାଦିକ ମାନେ ଖବର ଆଣିବାକୁ ଯାଇଥିଲେ , ସେଠାରେଥିବା ଜଣେ ଜୁବକ ବଡପାଟିରେ କହିଲେ ବ୍ୟବସ୍ତା  ହୋଇଛି ତାହାଲେ କଣ ଆମସାମ୍ବାଦିକତା ବ୍ୟବସ୍ତା ପାଇଁ ? ବାଲେଶ୍ବର ଭାସିଲା ଅଟଳ ଯୁବଶକ୍ତି ଦେଖାନାହିଁ , ମହାନାଳ ଦୁର୍ନୀତି ଅଟଳ ଯୁବଶକ୍ତି ମୁହଁ ଖୋଲୁନି , ଗଣ୍ଡା ଗଣ୍ଡା ବେଆଇନ ଔଷଧ ଦୋକାନ ଭଳି କେତେକଣ ସମସ୍ୟାରେ ଏ ସ୍ବେଛାସେବି ମାନେ ଦେଖା ହୁଅନ୍ତିନି , କେବଳ ଏମିତି ଚର୍ଚାରେ ରହିବା ପାଇଁ ଆୟୋଜନ ହୁଏ ସାମ୍ବାଦିକ ସମ୍ମିଳନି ବୋଲି କିଛି ସାଧାରଣ ଲୋକ ମତରଖନ୍ତି , ତେବେ କଣ ବୁଝିବାକୁ ହେବ ସାମ୍ବାଦିକଙ୍କୁ ଖୁସିକରିବାକୁ ପକୋଡା ଫକୋଡା ବଣ୍ଟା ଯାଏ , ସିଏ କଉ ପକୋଡା ତାହାବି ଅଜଣା କୁକୁଡା , ଛେଳି କି କୁକୁର ସେକଥା କଲା ଲୋକକୁ ଜଣା , କିନ୍ତୁ ଆମ ସାମ୍ବାଦିକ ଭାଇ ମାନେ ଏଇ ପକୋଡା ସିନା ଖାଆନ୍ତି ପଛପଟେ ତାହାକୁ ନେଇ କଣ କଣ ଲୋକ କୁହନ୍ତି ସେକଥା କାହାକୁବା ଅଛପା ? ଆଉ କେତେଦିନ ପକୋଡା ଖାଇ ଖବର କରିବା ? ପକୋଡା ନିଶାରେ ବାସ୍ତବ ଖବର ଯାହା ଦେଖେଇବା ଆମର ଦାଇତ୍ବ ତାହାକୁ କଣ ଭୁଲିଜିବା ? ବିଚାର ମୋ ସାମ୍ବାଦିକ ଭାଇ ମାନଙ୍କ ଉପରେ , ଆଉ ଜେଉଁ ଭାଇ ମାନେ ପକୋଡା ଭଳି ଲାଞ୍ଚ ଦେଇ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ସେ ଏଥିରୁ ଦୁରେଇ ରହିଲେ ପ୍ରାଏ ଭଲ I

Leave a Reply

Your email address will not be published. Required fields are marked *