ବଣାଇ (ଲୋକନାଥ ସାମଲ)
ବଣାଇଗଡ:
ନିଖିଳ ଉତ୍କଳ ବାରିକ୍ ସମାଜ ଶାଖା ବଣାଇ ତରଫରୁ , ବଣାଇଗଡ ସ୍ଥିତ (ITDA) ସମ୍ମିଳନୀ କକ୍ଷରେ ଆଜି ବଣାଇ ତଥା ସୁନ୍ଦରଗଡ଼ ଜିଲ୍ଲାର ବାରିକ୍ ସମାଜ ସଭାପତି କୁମାର ଗୈାତମ ବାରିକ କଂ ଅଧ୍ୟକ୍ଷତାରେ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହାକୁ ସହ ସମ୍ପାଦକ ଭମର ବାରିକ୍ ସଂଯୋଜନା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମ୍ମାନିତ ଅତିଥି ଭାବେ ବାରିକ ସମାଜ ର ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇଥିଲେ।ତା ସହିତ ନିଖିଳ ଉତ୍କଳ ରାଜ୍ୟ ସମ୍ପାଦକ, କୁଳମଣୀ ବାରିକ, କଦମ୍ବ କେଶରୀ କଳା ପରିଷଦ ର ସଭାପତି ତଥା ବିଶିଷ୍ଟ ପାଲା ଗାୟକ ଖଗେଶ୍ବର ବାରିକ, ତଥା ବାରିକ ସମାଜ ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସମୂହ ଉପସ୍ଥିତ ରହି ଥିଲେ।ଏହି ନୂଆଁଖାଇ ଭେଟଘାଟ ଅବସରରେ, କୁଚିଣ୍ଡା, ଦେବଗଡ଼, ସମ୍ବଲପୁର, ରାଉରକେଲା ସମେତ ବଣାଇ ର ୪ଟି ବ୍ଲକ ର ବାରିକ ସମାଜ ର ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ସହିତ, ଏହି ଅବସରରେ ସମସ୍ତ କଂ ସହିତ ମଧୁର ସମ୍ପର୍କ ରଖିବା ପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ
