ଦିନକ ପରେ ମିଳିଲା ମୃତଦେହ

ସାନଖେମୁଣ୍ଡି,  : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବୁରାତାଲ୍ ନିକଟ ମହେନ୍ଦ୍ରତନୟା ନଦୀ ଜାମୁଗଣ୍ଡ ନାଳରେ ଭାସିଗଲେ ଯୁବକ । ନଦୀରେ ଭାସିଯିବା ଫଳରେ ସେ ପ୍ରାଣ ହରାଇଛନ୍ତି ।

ମୃତ ଯୁବକ ହେଲେ କମଳା ଖତ ନୂଆସାହିର ସୋମନାଥ ରଇତ । ପ୍ରତିଦିନ ଭଳି ସେ ବୁଧବାର ପାହାଡ଼ ଉପରୁ ସଉଦା ନେବା ପାଇଁ ଆସିଥିଲେ । ତେବେ ବୁରାତାଲ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଥିଲା ।ସେ ରାସନ ନେବାକୁ ଆସି ଫେରି ନଥିଲେ ।

ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ସୋମନାଥଙ୍କର କୌଣସି ପତ୍ତା ମିଳିନଥିଲା। ପରେ ଗୁରୁବାର ସକାଳେ  ତାଙ୍କ ମୃତଦେହ ମିଳିଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ବୁରାତାଲ ତୁମ୍ବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଜରଡା ପୋଲିସ ଓ ପାତ୍ରପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *