ଅଜଣା ରୋଗରେ ଭାଇ ଭଉଣୀ ମୃତ

ବଣାଇଗଡ (ଲୋକନାଥ ସାମଲ):
ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଶସ୍ୟ କଳା ପଞ୍ଚାୟତ ର ଦମାଳୁ ବସ୍ତିରେ, ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ବାପ ଛେଉଣ୍ଡ ତିନୋଟି ଅନାଥ ଶିଶୁ କଂ ମଧ୍ୟରୁ ୨ଘଣ୍ଟାର ବ୍ୟବଧାନରେ ଦୁଇ ଜଣ କଂ ମୃତ୍ୟୁ ଘଟିଥିଲା। ଘଟଣା ରୁ ପ୍ରକାଶ ଦମାଳୁ ବସ୍ତିରେ ରହୁଥିବା ଇନ୍ଦୁତୁରୀ କଂର ତିନୋଟି ସନ୍ତାନ ମଧ୍ୟରୁ ଦୁଇଟି ଶିଶୁ କୈାଣସି ଅଜଣା ରୋଗରେ ପୀଡିତ ହୋଇ ଜର ହୋଇଥିଲା କିନ୍ତୁ ବଣ ଜଙ୍ଗଲ ଘେରା ଅଞ୍ଚଳ ହୋଇ ଥିବା ରୁ ତାଙ୍କୁ କୈାଣସି ସ୍ବାସ୍ଥ୍ୟ ସେବା ମିଳିପାରିନଥିଲା। ଆଜି ଦିନ ୧୧ସମୟରେ ,ଅଜୟ ତୁରୀ (୭) ମୃତ୍ୟୁ ବରଣ କରିଥିଲେ, ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ଶବକୁ ପୋତିଦେଇ ଘର କୁ ଫେରିବାର କିଛି ସମୟପରେ ପରେ ଇନ୍ଦୁତୁରି କଂ ଦିତିୟ ଝିଅ ଆଶ୍ରିତ ତୁରି (୪)କଂ ମଧ୍ୟ ମୃତ୍ୟୁ ଘଟିଥିଲା। ତେବେ ଏଥିରୁ ବାଦ ପଡ଼ିନଥିଲେ ବିଧବା ମହିଳା ଓ ତାଙ୍କର ଆଉ ଏକ (୨) ବର୍ଷ ର ଶିଶୁ , ଦୁହେଁ ଗୁରୁତର ଅବସ୍ଥାରେ ଘରେ ପଡିରହିଥିବା ବେଳେ ଗ୍ରାମ ବାସୀ ବାରମ୍ବାର ଆମ୍ବୁଲାନ୍ସ ସେବାପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିପାରିନଥିଲା ଶେଷ ରେ ଗ୍ରାମ ବାସୀ ବାଧ୍ୟ ହୋଇ ଏକ ଅଟୋ ଯୋଗେ ମାଁ ଓ ଝିଅ କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିଲେ ସେଠାରେ ଡ଼ାକ୍ତର ଉଭୟ କଂ ଚିକିତ୍ସା ଚଳାଇଥିବା ବେଳେ, ଲହୁଣୀପଡ଼ା ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି

Leave a Reply

Your email address will not be published. Required fields are marked *