ମାଫିଆଙ୍କୁ ଧରି ପୋଲିସରେ ଜିମା ଦେଲେ

ବାସୁଦେବପୁର,  : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି  ବେଆଇନ ଗୋଚାଲାଣ। ଗୋଚାଲାଣକୁ ପୋଲିସ ପ୍ରଶାସନ ରୋକ ଲଗାଇପାରୁନି । ଅନେକ ସମୟରେ ସ୍ଥାନୀୟ ଯୁବକ ଗୋରୁ ଟ୍ରକ୍ ଅଟକାଇବା ସହ ପୋଲିସରେ ଜିମା ଦେଉଥିବା ଦେଖିବାକୁ ମିଳିଛି

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ମାଫିଆମାନେ ଏକ ପିକଅପ୍ ଭ୍ୟାନରେ ଗୋରୁ ଚାଲାଣ କରୁଥିଲେ ।  ସ୍ଥାନୀୟ ଲୋକେ ତାରିଣୀ ଛକ ନିକଟରୁ ଗାଡିକୁ ଜବତ କରିଥିଲେ । ଗାଡିରୁ ୮ଟି ଷଣ୍ଢ ଉଦ୍ଧାର କରାଯାଇଥିଲା। ସେହିପରି  ଆଉ ଏକ ଟାଟା ଏସିଇରେ ୭ଟି  ଗାଈ ଭର୍ତ୍ତି କରି ଆସୁଥିବା ବେଳେ ବିଣାପଦା ନିକଟରେ ଅଟକ କରି ବାସୁଦେବପୁର ଥାନାକୁ ନେଇଆସିଥିଲେ ସ୍ଥାନୀୟ ଲୋକେ।

ଏହାପରେ ଗାଡି ଚାଳକଙ୍କ ସହ କିଛି ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ପୋଲିସରେ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *