ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର:  ରାଜଧାନୀରେ ଚାଞ୍ଚଲ୍ୟ ।  ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର  ଥାନା ଅଧୀନ ଡମଣା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସାମ ମୁଣ୍ଡରି ।  ସେ  ବିଏମସିର ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି । ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି । ଆଜି ସ୍ଥାନୀୟ ଲୋକେ ସନ୍ଧେହ କରିଵାରୁ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ  ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ  ସାମଙ୍କ ସ୍ତ୍ରୀକୁ ଅଟକ ରଖିଛି ।

ଘଟଣାସ୍ଥଳରେ ଏବେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାର କାରଣ ଜଣାପଡିନି ।

Leave a Reply

Your email address will not be published. Required fields are marked *