ମଦ ବିକ୍ରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ପୁରୁଷୋତ୍ତମପୁର, : ଗଞ୍ଜାମ ଜିଲ୍ଲା   ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ ।ଶୋଇଥିବା ବେଳେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ,  ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବିନୟ ପ୍ରଧାନ । ସେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ପଛରରେ ଛେଚି ହତ୍ୟା କରିଥିଲେ ।ତେବେ ମଦ ବିକ୍ରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *