ପାଣିରେ ବୁଡିଛି ବିଦ୍ୟାଳୟ , ନିଦ୍ରାରେ ଶୋଇଛି ପ୍ରସାଶନ

ଜଳେଶ୍ବର : ସରକାରଙ୍କ ମିଛ ଯୋଜନା , ସତନିର୍ଜାତନା , ପାଣିରେ ବୁଡିଛି ବିଦ୍ୟାଳୟ , ନିଦ୍ରାରେ ଶୋଇଛି ପ୍ରସାଶନ ,

ସରକାରଙ୍କ ପାଇଁ ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଅଭିଶାପ , ଏ ଚିତ୍ର କହୁଛି ବାଲେଶ୍ବର ଜିଲ୍ଲାର ଶିଖ୍ୟା ବ୍ୟବସ୍ଥାର ଲଙ୍ଗଳା ଛବି , ପାଣିରେ ଚବ ଚବ ହୋଇ ସ୍କୁଲ ଯାଉଛନ୍ତି  ଶିଖ୍ୟକ ଶିଖ୍ୟୟତ୍ରିଠୁ ଛାତ୍ର ଛାତ୍ରି , ମାଳ ମାଳ ଯୋଜନା ଗଣ୍ଡା ଗଣ୍ଡା ପ୍ରତି ଶ୍ରୁତି ଜେମିତି ଫସର ଫାଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ସୁଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ,  ପାଣି ଘେର ଭିତରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଯିବା ଆସିବା କରୁଛନ୍ତି I  ଯେଉଁଠି ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତର କଥା କହୁଛନ୍ତି  ଆଉ ତାହାରି ଭିତରେ ପିଲା ମାନେ ଜେମିତି ଦୟନୀୟ ଅବସ୍ଥାରେ ସ୍କୁଲକୁ ଯାତାୟତ କରୁଛନ୍ତି ଏହା କଉଠିନା କଉଠି ରାଜ୍ୟ ସରକାରଙ୍କ ୨୧ ବର୍ଷର ପାରିବା ପଣିଆ ଉପରେ ବଡ଼ ପ୍ରଶ୍ନବାଚି ଶ୍ରୁଷ୍ଟି କରୁନିକି ?  ପାଣି ଭିତରେ ବହି ବସ୍ତାନୀ ଧରି ପାଠ ପଡିବା ପାଇଁ ଆସୁଥିବା ସ୍କୁଲର ବାସ୍ତବ ଚିତ୍ର ହିଁ ଦେଖିଲେ ଜଣା ପଡୁଛି ସରକାରଙ୍କ ବିକାଶର ନଗ୍ନଛବି I  କେଵଳ ଯେ ଲଘୁଚାପ ବର୍ଷାରେ ସ୍କୁଲ ପରିସରରେ ପାଣି ଛିଡ଼ା ହୋଇଛି ତା ନୁହେଁ ବରଂ ଅସରାଏ ବର୍ଷାରେ ବି ଏମିତି ପାଣି ଛିଡା ହେବା କଥା କହିଛନ୍ତି ଛାତ୍ର ଛାତ୍ରୀ ଓ ପ୍ରଧାନ ଶିଖ୍ୟୟତ୍ରୀ , ତେବେ ଦେଖିବାକୁ ବାକିରହିଲା କେବେ ନେତା ଆଉ ପ୍ରସାଶନର ଆଖି ଖୋଲୁଛି ଆଉ ଛାତ୍ର ଛାତ୍ରୀ ମାନେ ପାଣିରେ ନୁହଁ ଶୁଖିଲାରେ ସ୍କୁଲ ଯାଉଛନ୍ତି I

Leave a Reply

Your email address will not be published. Required fields are marked *