ଦାଦନ ଦୁଃଖ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି
ସୁନ୍ଦରଗଡ଼ : ଦାଦନ ଯନ୍ତ୍ରଣା କମାଇବା ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା କରୁଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଦାଦନ ଦୁଃଖ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଗାଁରେ କାମ ମିଳୁନଥିବାରୁ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ନିର୍ଯାତନାରେ ଶିକାର ହୋଇଛନ୍ତି। ସେଠାରେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯାଇଥିବା ବେଳେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
