ବଣାଇଗଡ (ଲୋକନାଥ ସାମଲ) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ କଲେଇପୋଷ ଛକରୁ କୋଇଡା କୁ ସଂଯୋଗ କରୁଥିବା ରାସ୍ତାର ଦଲମକୂଚା ଘାଟି ନିକଟ ରେ ଏକ ଅଜଣା ପିକ ଅପ୍ ଭେନ୍ ଗାଡ଼ି ଧକ୍କା ଦେବା ଫଳରେ ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗାଁର ଯୁବକ ଉମେଶ ଚନ୍ଦ୍ର ସାହୁ ଦୁର୍ଘଟଣା ର ସମ୍ମୁଖୀନ ହୋଇ ଗୁରୁତର ହୋଇଅଛନ୍ତି, ଧକ୍କା ଦେଇ ଅଜଣା ପିକ ଅପ୍ ଭେନ୍ ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣା ଘଟିବାର କିଛି ସମୟପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗୁରୁତର ଯୁବକକୁଂ ପ୍ରଥମେ ଲହୁଣୀପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ଏବଂ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ରାଉରକେଲା, ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯାଉଥିବା ଜଣାପଡିଛି I
