ଅତ୍ୟାବଶ୍ୟକ ସାମଗ୍ରିର ଦରବ୍କୁଦ୍ଧିକୁ ନେଇ କଂଗ୍ରେସର ହାଲା ବୁଲ

ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ କମିଟି ର ଜିଲ୍ଲା ସଭାପତି କପିଳେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ ଆଜି ଜିଲ୍ଲା ଯୁବ କଂଗ୍ରେସ ଦ୍ଵାରା ଖରିଆର ରୋଡ ଠାରେ ଜୋରଦାର ନାରାବାଜି ସହ ଏକ ରାଲିରେ ବାହାରି ଭାରତ ପେଟ୍ରୋଲ ପମ୍ପ ଠାରେ ଶୃଙ୍ଖଳିତ ଭାବେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା l
ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି ପ୍ରତ୍ୟେକ ଗରିବ, ଅସହାୟ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମହଙ୍ଗା ମାଡ ହୋଇଛି l ଫଳରେ କରୋନା ମହାମାରୀ ଭଲି ଜଟିଳ ପରିସ୍ଥିତି ବହୁ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡ଼ୁଛି l
କେନ୍ଦ୍ର ସରକାର ଅତି ନିର୍ଦୟଭାବେ କେନ୍ଦ୍ରୀୟ ଶୁଳ୍କ ଏବଂ ଭାଟ (ମୂଲ୍ୟଯୁକ୍ତ ଦର) ବୃଦ୍ଧି କରି ଦେଶର ଜନତା ଙ୍କୁ ଟ୍ୟାକ୍ସ ନା ଶୋଷଣ କରିବାରେ ଲାଗିଛନ୍ତି l

  1. ଏହାକୁ ବିରୋଧ କରି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ , ପ୍ରଦେଶ ଯୁବ କଂଗ୍ରେସ ଉସଭାପତି ଅଙ୍କିତ ସିଂଘାଇ , ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ତଥା ନୂଆପଡ଼ା ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ମହମ୍ମଦ ସାହେବ, ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ୍, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅନନ୍ତ ସୋନି, ଅମିତ୍ ଅହିର, ବରିଷ୍ଠ ନେତା ହାଲ୍ଲା ସିଂହ, ମୋତି ରାୱାଲ , ଖରିଆରରୋଡ ନଗର କଂଗ୍ରେସ ସଭାପତି ଜୁନେଦ୍ ମହମ୍ମଦ୍, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର , ଯୁବ କଂଗ୍ରେସ ଖରିଆରରୋଡ ନଗର ସଭାପତି ଗୋଲି ତିୱାରୀ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ, ଜିଲ୍ଲା ସମ୍ପାଦକ ଭୀମ ଯାଦବ , ନୂଆପଡ଼ା ବ୍ଲକ ଯୁବ କଂଗ୍ରେସ ସଭାପତି ଜଗନ୍ନାଥ ନାଏକ, ଅଜୟ ମାଝୀ, ଜିତୁ ସାହୁ, ଛବି ପାଣ୍ଡେ,ଅଶୋକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *