୫ ମୃତଦେହ ଉଦ୍ଧାର ; ମୃତକଙ୍କ ମଧ୍ୟରେ ରହିଛି ୯ ମାସର ଶିଶୁ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଛି। ଏମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ନଅ ମାସର ଏକ ଶିଶୁ ମଧ୍ୟ ରହିଛି। ଏହାସହ ଅଢେଇ ମାସର ଏକ ଶିଶୁକୁ ଘର ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମାତ୍ର ତା’ର ସ୍ୱାସ୍ଥ୍ୟ ଅବସ୍ଥା ଭୋକ କାରଣରୁ ଅସୁସ୍ଥ ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣଙ୍କ ମୃତଦେହ ଭିନ୍ନ ଭିନ୍ନ କକ୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନଅ ମାସର ଶିଶୁର ମୃତଦେହ ଖଟ ଉପରୁ ଉଦ୍ଧାର କରାଯାଇଛି। ଭୋକ କାରଣରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *