ବାଲିପାଟଣା : କୁଆଖାଇ ନଦୀରେ ଭାସୁଛି ଅଜଣା ମୃତଦେହ । ମୃତଦେହଟି ଜଣେ ଯୁବକଙ୍କର । ସେ ଏକ ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି । ଶନିବାର ମଧ୍ୟାହ୍ନରେ ବାଲିଅନ୍ତା ଥାନା ସତ୍ୟଭାମାପୁର କୁଆଖାଇ ନଦୀରେ ଏହି ମୃତଦେହଟି ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମୃତଦେହଟି ଅନ୍ୟ ଅଞ୍ଚଳରୁ ଭାସି ଆସିଥିବା ଅନୁମାନ କରାଯାଉଛି ।
