ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲା ମହାବିରୋଡ ବନାଞ୍ଚଳ ଡିହଡୋଳ ବନାଞ୍ଚଳ ଉପଖଣ୍ଡ ଗଡ ପରଜଙ୍ଗ ପଞ୍ଚାୟତ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଖଣ୍ଡୁଆଳମୁଣ୍ଡା ଗ୍ରାମର ଚାଷୀ ଦାଶରଥୀ ଅମାନ୍ତଙ୍କ ପୁଅ ଉପେନ୍ଦ୍ର ଅମାନ୍ତ(୪୭) । କ୍ଷେତକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି। ଜନବସ୍ତିରେ ଦନ୍ତା ହାତୀ ବାରମ୍ବାର ପ୍ରବେଶ କରୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *