ଯୁବକଙ୍କ ଶବ ଉଦ୍ଧାର

କଲମପୁର :କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭଇଁରୀ ଗ୍ରାମ ଠାରେ ଘଟିଛି ଏକ ଅଘଟଣ। ଶନିବାର ସକାଳେ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗ୍ରାମର ନିଳାଂଚଳ ନାଏକଙ୍କ ୪୦ ବର୍ଷିୟ ପୁଅ ଗଜାନନର ଶବ ଲଟକି ଥିବା ପରିବାର ଲୋକ ଦେଖିଥିଲେ। ତୁରନ୍ତ ଏନେଇ ପରିବାର ଲୋକ ବଡକୁଟୃ ପୁଲିସ ଫାଣ୍ଡି ରେ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଉଛି। ଅନ୍ୟପଟେ ପୁଲିସ ଘଟଣା ସ୍ଥଳରେ ପହଂଚିବା ପରେ କଲମପୁର ଅଗ୍ନୀଶମ ବିଭାଗକୁ ସୁଚନା ଦେଇଥିଲେ। ଅଗ୍ନୀଶମ ବିଭାଗ ହାବିଲଦାର ବିନୋଦ କେର୍କେଟାଙ୍କ ନେତୃତ୍ୱରେ ଅଗ୍ନୀଶମ ବିଭାଗ କର୍ମଚାରୀ ପହଂଚି ଏକ ସିଡି ସାହାଯ୍ୟରେ ଶବକୁ ତଳକୁ ଓହ୍ଲାଇଥିଲେ। ଏହାପରେ ପୁଲିସ ଶବ ଜବତ କରି ପଂଚନାମ କରିବା ସହ ବ୍ୟବଚ୍ଛେଦ ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଶବ ବାହକଯାନ ସହାୟତାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ଏଥିରେ ନିକଟସ୍ଥ ଗ୍ରାମର କିଛି ଯୁବକ ସଂଶ୍ଳିଷ୍ଟ ରହିଛନ୍ତି ବୋଲି ପରିବାର ଅଭିଯୋଗ କରିଛନ୍ତି। । ଏହି ଘଟଣା ପୂର୍ବରୁ ଏକାଧିକବାର ଗଜାନନକୁ ମାଡ ମାରିବା ପାଇଁ ଗୋଡାଉଥିବା ଗଜାନନର ପତ୍ନୀ ଓ ବାପା ନିଳାଂଚଳ ନାଏକ ଗଣମାଧ୍ୟମ ଏବଂ ପୁଲିସ ସମ୍ମୁଖରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *