ବଣାଇଗଡ (ଲୋକନାଥ ସାମଲ) : ଆଜି ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ଅବସରରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟ କ୍ରମରେ ବଣାଇ ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଅନୀଲ ବାର୍ଲା କଂ ଅଧ୍ୟକ୍ଷତାରେ ଉପଖଣ୍ଡର ସମସ୍ତ କାର୍ଯ୍ୟ କର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲାଦ ବଢେଇ, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଦେଓଗାଁ ସ୍ଥିତ ଶ୍ରୀ ଵାଵା ବାଣେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପୁଷ୍କରିଣୀ ର ସଫେଇ କାର୍ଯ୍ୟ କରିବା ସହିତ ଦେଓଗାଁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ କଂ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଥିଲେ ସେଠାରୁ ଫେରି ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ଛକରେ ଥିବା ଜିଲ୍ଲା କାର୍ଯ୍ୟାଳୟ ରେ ଅବସରପ୍ରାପ୍ତ ସେନା ଓ ଉପଖଣ୍ଡର ସମସ୍ତ କୁଶଳୀ, ଚାଷୀ ଭାଇ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ପରିଶେଷରେ ଜିଲ୍ଲା କାର୍ଯ୍ୟାଳୟ ରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଆଗାମୀ ଦିନରେ ଏସମସ୍ତ ପ୍ରକାର ଜନହିତକର କାର୍ଯ୍ୟ କୁ ଆଗେଇ ନେବା ପାଇଁ, ପରାମର୍ଶ ଦେବା ସହିତ ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ
ଲୋକନାଥ ସାମଲ
