ହଠାତ ମାଡି ବସିଲା କାନ୍ଥ

ଆନନ୍ଦପୁର,  :  ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଟିଲଗଡିଆ ଗାଁରେ ଅଘଟଣ । ଘରେ ଶୋଇଥିବା  ଅବସ୍ଥାରେ କାନ୍ଥପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଗାଁ ର ସ୍ୱର୍ଗତଃ ଖିଲା ମାଝିଙ୍କ ସ୍ତ୍ରୀ ଦୁଲ୍ଲି ଗୁରୁବାର ରାତିରେ ନିଜ ମାଟିଘରେ ଶୋଇଥିଲେ । ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କାନ୍ଥ ଓଦା ହୋଇ ରହିଥିଲା । ତେବେ ଶୁକ୍ରବାର ଭୋରରୁ ଶୋଇବା ଘର କାନ୍ଥ ହଠାତ  ତାଙ୍କ ଉପରେ ଖସିପଡିଥିଲା ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ସୋସ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *