କଟକ : ୨୦୧୭ ରେ ଇଣ୍ଡିଆନ ଆର୍ମିରେ ଯୋଗଦାନ I ମାମୁଁ ଙ୍କ ଗ୍ରାମର ଝିଅ ସହିତ ପ୍ରେମ ଓ ପରେ ୧୪.୧୧.୧୮ ରେ ମନ୍ଦିରରେ ପ୍ରେମ ବିବାହ I ସ୍ତ୍ରୀ ପାଠ ପଢିବା ବାହାନାରେ ବାପା ଘରେ ରହିଲେ ନିଜଖର୍ଚ୍ଚପାଇଁ ଅର୍ଥ ନେଇ ଚାଲିଲେ I ୧.୮.୨୧ ଶଳା ଦେଓଗାଁ ଠାରେ ଏକ ଦୋକାନ କରିବା ପାଇଁ ୭ ଲକ୍ଷ ମାଗିଲେ , ଏତେ ପଇସା ଦେବା ପାଇଁ ଅକ୍ଷମତା ପ୍ରକାଶ ପରେ ଲୋନ କରିବା ପାଇଁ ସ୍ତ୍ରୀ, ଶଳା ଓ ଶଶୁର ଘର ଲୋକ ଙ୍କ ଅନୁରୋଧ ପରେ ସ୍ୱାମୀମନାକଲେ I ୧.୯.୨୧ ଛୁଟିରେ ଆସି ଶଶୁର ଘରେ ସ୍ୱାମୀ ପହଁଚିଲେ ସ୍ତ୍ରୀ ଙ୍କୁ ନେବା ପାଇଁ , ସ୍ତ୍ରୀ କହିଲେ ସେ ସ୍ୱାମୀ ଙ୍କୁ ଜାଣନ୍ତି ନାହିଁ ,ଖରାପ ଭାଷାରେ ଗାଳିଦେଇ ମାଡ ମରାଗଲା , ମିଛ ଧର୍ଷଣ ମାମଲା ର ଧମକ ଦିଆଗଲା , ୭ ଲଖ୍ୟ ନଦେଲେ ଅନ୍ୟତ୍ର ବିବାହର ଧମକ ଦିଆଗଲା I ସେଇଦିନ ଦେଓଗାଁ ଥାନାରେ ଅଭିଯୋଗ କରିଲେ ସ୍ବାମି କିଛି ଫଳପ୍ରଦ ନହୋଇ ତାଙ୍କୁ ତାଚ୍ଛଲ୍ୟ କରାଗଲା ,୨.୯.୨୧ରେ ଏସ.ପି . ବଲାଙ୍ଗୀରଙ୍କ ନିକଟରେ ଅଭିଯୋଗ ପରେ ଏଠାରେ ବି କିଛି ନହେବାରୁ ,ପୁରୁଷ କମିଶନର ଆବାହକ , ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ସହଯୋଗରେ ଓଡିଶା ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର କଲେ (ସିଆରଏଲ ଏମପି ) ୧୫୯୪ /୨୦୨୧ , ମାମଲା ଟିର ବିଚାର କରି ଘଟଣାର ଗୁରୁତ୍ୱ କୁ ଉପଲବ୍ଧି କରି କୋର୍ଟ ଏସ.ପି . ବଲାଙ୍ଗୀର ଙ୍କୁ ମାମଲା ପଞ୍ଜିକରଣ କରି ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି I ତେବେ ସ୍ତ୍ରୀ ର ବାପଘରୁ ଯଦି ସ୍ୱାମୀ ପଇସା ଆଣିବାକୁ କୁହେ ତାହା ଯୌତୁକ ନିର୍ଯ୍ୟାତନା ୪୯୮(ଏ) ଆଇ ପି ସି ରେ ମାମଲା ହେଉଛି ସେହିଭଳି ସ୍ୱାମୀ ଙ୍କୁ ଯଦି ସ୍ତ୍ରୀ ଚାପ ପକାଏ ତାଙ୍କ ବାପା ଭାଇ କୁ ପଇସା ଦେବା ପାଇଁ ସେଇ ଦଫା ଟା କଣ ? ଚିନ୍ତା କରିବାର ସମୟ ଆସିଗଲାଣି ବୋଲି କହିଛନ୍ତି ଆଇନଜିବି ବ୍ୟୋମକେଶ ତ୍ରିପାଠି I
