ଦୁଇ ଚୋର ଗିରଫ

ଆଠଗଡ: ଆଠଗଡର ଏକ ହୋଟେଲରେ ଖାଉଥିବା ଜଣେ ଗ୍ରାହକଙ୍କର ମୋବାଇଲ ଲୁଟ କରି ପଳାଇ ଯାଉଥିବା ୨ଜଣ ଚୋରଙ୍କୁ ହୋଟେଲ ମାଲିକ କାବୁକରି ପୁଲିସର ଜିମା ଦେଇଥିବା ଜଣାପଡିଛି। ଗ୍ରାଣ୍ଡମିନାର ହୋଟେଲରେ ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ଶ୍ୟାମଲ କୁମାର ଦୋରା ଖାଉଥିବାବେଳେ ତାଙ୍କ ପକେଟରୁ ପଶ୍ଚିମବଙ୍ଗ କୁରୁଲିଆ ଅଞ୍ଚଳର ଢେଙ୍କାନାଳରେ ରହୁଥିବା ପୁନା ସିଂ ଓ ସୁବୋଧ ସିଂ ଏକ ମୋବାଇଲ ଚୋରୀ କରି ଫେରାର ହୋଇଯାଉଥିଲେ। ହୋଟେଲ ମାଲିକ ପ୍ରବୀଣ ପଟ୍ଟନାୟକ ଏହା ଜାଣିପାରି ତାଙ୍କୁ ଗୋଡାଇ ଗୋଡାଇ ଧରି ପୁଲିସ କୁ ଖବର ଦେଇଥିଲେ। ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *