ଚୋରି ଘଟଣାରେ ୪ ଗିରଫ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଚକୁଳି ଗ୍ରାମର ନିତ୍ୟାନନ୍ଦ ପଧାନଙ୍କ  ଦୋକାନର ତାଲା ଭାଙ୍ଗି ନଗଦ ୧୯୭୦ ଟଙ୍କା ଓ ପ୍ରାୟ ୧୮,୩୦୦ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅତାବିରା ଥାନାରେ ଅଭିଯୋଗ କରିଥିଲେ । ଏନେଇ  ଥାନାରେ  ଏକ କେସ ରୁଜୁ କରି ଅତାବିରା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ।ଆଜି ଏହି ଚୋରି ଘଟଣାରେ ସଂପୃକ୍ତ ଚାରି ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଜୁ ଜୁଟୁଲୁ(୨୨) ,ପ୍ରକାଶ ବାଗ(୨୦) ,ଶଙ୍କର ସୁନା (୨୧)ଓ କୁନାଳ କୁମ୍ଭାର(୨୨) । ଏହି ଚାରିଜଣ ଯାକ ଚକୁଳି ଗ୍ରାମରରେ ବହୁ ଦିନ ଧରି ଏମିତି ଛୋଟ ବଡ଼ ଚୋରି କରି ବେଶ୍ ଆରାମରେ ବୁଲୁଥିଲେ। ହେଲେ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା  ଗଠନ କରିଥିବା ସ୍ଵତନ୍ତ୍ର ଦଳ ଏମାନଙ୍କ ଉପରେ କଡା ନଜର ରଖିଥିଲେ । ଆଜି ସକାଳେ ଅତର୍କିତ ଭାବେ ଚଢାଉ କରି ଏମାନଙ୍କୁ ପୋଲିସର ଏହି ସ୍ୱତନ୍ତ୍ର ଦଳ ଗିରଫ କରିଥିଲେ।ସେମାନେ ଚୋରି କରିଥିବା  ୧୯୭୦ ଟଙ୍କା ଓ ଚୋରି ସାମଗ୍ରୀ ଜବତ କରିଛନ୍ତି । ଏଥି ସହ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି । ଅତାବିରା ଅଞ୍ଚଳରେ ଚୋର ମାନଙ୍କର ପ୍ରଦୁର୍ଭାବ ବୃଦ୍ଧି ପାଉଥିବା ବେଳେ କିଛି ଦିନ ହେବ ଅତାବିରା ପୁଲିସ ପ୍ରତିଦିନ  ଚୋର ମାନଙ୍କୁ ଧରିବାରେ ତାର ଉଦ୍ୟମ ଜାରି ରଖିଛି । ଏଇ କିଛିଦିନ ଭିତରେ ଅନେକ ଚୋରି ଜିନିଷ ଜବତ କରିବା ସହ ଚୋର ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତଥାପି ଚୋରି ଘଟଣା ଥମିବାର ନାଁ ଧରୁନି। ପୁଲିସକୁ ଚାଲେଞ୍ଜ କରିଚାଲିଛି ଚୋର, ଆଉ ପୁଲିସ ମଧ୍ୟ ଏହି ଚାଲେଞ୍ଜକୁ ଦୃଢତାର ସହ ଗ୍ରହଣ କରି ତାର ତଦନ୍ତ ଓ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡ଼ିଛି । ଅତାବିରା ପୁଲିସ ଗୋଟିଏ ପରେ ଗୋଟିଏ ଅଭିଯାନ  ଜାରି କରି ସଫଳତା ପାଇଛି। ଏ ନେଇ ଅତାବିରା ଦୁର୍ଗା ମନ୍ଦିର ଚୋରି ଘଟଣା  ମଧ୍ୟ ପୋଲିସ ପର୍ଦାଫାସ କରିବ ବୋଲି  ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *