ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନଉଠିଛି ା ପୂର୍ବରୁ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେକରୁଥିବା ବେଳେ ଏବେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଶୁକ୍ରବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲରେ କେତେକ ଅନ୍ତେବାସୀ ଜଣେ ପିଅନଙ୍କ ହାତ ବାନ୍ଧି ଥିବାର ଭିଡିଓ ଭାଇରାଲ ଘଟଣା କର୍ମଚାରୀଙ୍କୁ ଭୟଭୀତ କରାଇଛି ା
ବିଶ୍ୱବିଦ୍ୟାଳୟରେ ସୁରକ୍ଷାକୁ ନେଇ କୁଳସଚିବ ରଞ୍ଜନ ବିଶ୍ୱାଳ ଓ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କୁ ଅଣ ଶିକ୍ଷକ କର୍ମଚାରୀମାନେ ସୋମବାର ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ା
ମିଳିଥିବା ସୂଚନାନୁଯାାୟୀ, ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାଳକ ହଷ୍ଟେଲ-୨ ତଥା ବଂଶଧାରା ହଷ୍ଟେଲରେ ଶୁକ୍ରବାର କେତେକ ଅନ୍ତେବାସୀ ବିଭିନ୍ନ ସମସ୍ୟା ସମାଧାନ କରିବା ଦାବିରେ ସେଠାରେ କାର୍ଯ୍ୟରତ ପିଅନ ଗଦାଧର କଅଁରଙ୍କୁ ଖୁଣ୍ଟରେ ଦଉଡିରେ ବାନ୍ଧି ଦେଇଥିଲେ ା ଗଦାଧରଙ୍କୁ ବାନ୍ଧିବା ଅବସ୍ଥାରେ ଭିଡିଓ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଠାଇଥିଲେ ା ଏନେଇ ଗଦାଧର ଫୋନ ଯୋଗେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇବା ପରେ ୱାର୍ଡନ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ପହଞ୍ଚି ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଗଦାଧରଙ୍କୁ ମୁକୁଳାଇଥିଲେ ା କିନ୍ତୁ ଏନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଅଜ୍ଞ ଥିବା କହିଛନ୍ତି ା
ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅଣଶିକ୍ଷକ କର୍ମଚାରୀଙ୍କ ଅଭିଯୋଗ ପତ୍ର ପ୍ରଦାନ ପରେ କୁଳପତି ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଓ ୱାର୍ଡେନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ା
ତେବେ ଦୀର୍ଘଦିନ ଧରି ହଷ୍ଟେଲଗୁଡିକରେ ଲାଗି ରହିଥିବା ବହୁ ସମସ୍ୟାର ସମାଧାନ କରିବାକୁ ଅନ୍ତେବାସୀ ଦାବି କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରମାନେ ଏଭଳି କରିଥିବା ନେଇ ଚର୍ଚ୍ଚା ହେଉଛି ା
ଅନ୍ୟପକ୍ଷରେ କେତେକ ଅନ୍ତେବାସୀ ମଉଜ ପାଇଁ ଏଭଳି ଘଟଣା ଘଟାଇଥିବା ମଧ୍ୟ ଶୁଣିବାକୁ ମିଳୁଛି ା ଅପରପକ୍ଷରେ ବାରମ୍ବାର କ୍ୟାମ୍ପସରେ ହିଂସା ଓ ଅପ୍ରୀତିକର ପରିସ୍ଥିିତି ସୃଷ୍ଟିହୋଇଛି
