ଯୁବତୀର ମୃତ୍ୟୁ

ବାସୁଦେବପୁର: ବାସୁଦେବପୁର ଥାନା ଅଧୁଆଁ ଗାଁରେ ଅଘଟଣ। ସକାଳେ ବାସନ ମାଜିବାକୁ ଯାଇଥିବା ବେଳେ ପୋଖରୀରେ ପଡ଼ି ମିନା ଦାସ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ(୨୩)ଜଣକ ସୁବାସ ଦାସଙ୍କ ଝିଅ ବେଲି ସୂଚନା ମିଳିଛି। ଘରର ସକାଳ କାମ ସାରି ମିନା ପାଖ ପୋଖରୀକୁ ବାସନ ମାଜିବାକୁ ଯାଇଥିଲା। ବାସନ ଧୋଇବା ସମୟରେ ହଠାତ ପୋଖରୀ ଭିତରକୁ ଗୋଡ଼ ଖସି ଯିବାରୁ ପଡିଯାଇଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକ ପୋଖରୀ ପାଖକୁ ଯାଇ ବାସନ ପଡିଥିବା ଦେଖି ମିନା ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ  କରିଥିଲେ। ପୋଖରୀରେ ଖୋଜିବା ପରେ ଅଚେତ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ମିନାକୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ମିନାଙ୍କ  ମୃତ ଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇ ପଠାଇଥିଲେ। ଏ ସଂକ୍ରାନ୍ତରେ ବାସୁଦେବପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *