ବାଲେଶ୍ବର : ବେଇମାନି କଲା ‘ସମ୍ବାଦ’ , ୨୫ ବର୍ଷରୁ ଉର୍ଦ୍ଧ୍ବ ସାହାଯ୍ୟ ତା ପ୍ରତିବଦଳରେ ବିତରକମାନଙ୍କ ପେଟରେ ସମ୍ବାଦର ନାତ ? ଆଜି ବାଲେଶ୍ଵର ରେଲୱେ ଷ୍ଟେସନ ପରିସରରେ ବାଲେଶ୍ବର ଖବରକାଗଜ ମଜଦୁର ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଶ୍ରୀ ଅରୁଣ କୁମାର ସ୍ୱାଇଁ କହିଥିଲେ ଯେ ଆଜକୁ ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ବ ‘ସମ୍ବାଦ’ ଖବରକାଗଜ ବିତରକ ଭାଇମାନେ ରାତ୍ରୀ ୪ଟାରୁ ଆସି ଖରା, ବର୍ଷା, ଶୀତ ଏବଂ କରୋନା ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଘରେଘରେ ପାଠକଙ୍କ ପାଖରେ “ସମ୍ପବାଦ”କୁ ପହଞ୍ଚାଇଥାନ୍ତି । ଏ ପରିସ୍ଥିତିରେ ବାଲେଶ୍ଵରକୁ ଆସୁଥିବା ସମସ୍ତ ଖବରକାଗଜ ପ୍ରାୟତଃ ୪୦% କମିଶନ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ସମ୍ବାଦର ମୁଖ୍ୟ ଏବଂ ସମ୍ବାଦ କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇ ମଧ୍ୟ ଶତକଡା ୩୩% କମିଶନରୁ ୧% କମିଶନ ବୃଦ୍ଧି ଘଟିବ ନାହିଁ ବୋଲି ‘ସମ୍ବାଦ’ କର୍ତ୍ତୃପକ୍ଷ ବିତରକ ମାନଙ୍କୁ ଜଣାଇଥିଲେ ଏବଂ ନାନା ପ୍ରକାର ମିଥ୍ୟା ପ୍ରତିଶ୍ରୁତିମାନ ଦେଇ ଦିନପରେ ଦିନ ଗଡାଇ ଚାଲୁଥିଲେ ଏବଂ ସର୍ବ ଶେଷରେ ବିତରକ ଭାଇମାନଙ୍କର ଜୀବନ ଜୀବିକାକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଧମକ ଚମକ ମଧ୍ୟ ଦେଉଛନ୍ତି । ଶ୍ରୀ ଶ୍ବାଇଁ କହିଥିଲେ ଯେ, ଆଜିର ଦିନରେ ବିତରକ ଭାଇମାନଙ୍କୁ କୌଣସି କମିଶନ ବୃଦ୍ଧି ନ ଘଟାଇ, ନୂତନ ଲୋକ ଲଗାଇ ‘ସମ୍ବାଦ’ ଖବରକାଗଜ ବିନା ପଇସାରେ ବାଣ୍ଟିବା ‘ସମ୍ବାଦ’ କର୍ତ୍ତୃପକ୍ଷଙ୍କର ହିନ ଚକ୍ରାନ୍ତକୁ ପଦାରେ ପକାଇ ସାରିଛି । ତେଣୁ ଦଳମତ ନିର୍ବିଶେଷରେ ବିତରକ ଭାଇମାନେ ବାଲେଶ୍ବର ବାସୀଙ୍କର ଦୀର୍ଘଦିନ ଧରି ସେବା କରିଆସୁଛନ୍ତି । ଆଗାମୀ ଦିନରେ ସମ୍ବାଦ କର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ସଂଘର ସାଧାରଣ ସଂପାଦକ ଶ୍ରୀ ଅନିରୁଦ୍ଧ ଲେଙ୍କା କହିଥିଲେ ଯେ ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନ କରାଯାଏ, ତେବେ ସଂଗଠନ ତରଫରୁ ଦୃଢ଼ କାର୍ଯ୍ୟ ପ୍ରନ୍ଥା ଗ୍ରହଣ କରାଯିବା ଏବଂ ସଭାରେ ସଂଘର ଉପସଭାପତି ଶ୍ରୀ ଅଭୟ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ତପସ୍ଵୀ, ଗୌରଗୋପଳ, କରୁଣାକର, ଅଜୟ, ସୁକାନ୍ତ, ସୁଶାନ୍ତ, ବିଜୟ, ଶ୍ରୀକାନ୍ତ, ରତିକାନ୍ତ, କମଳଲୋଚନ, ପଦ୍ମଲୋଚନ ଏବଂ ଅନ୍ୟାନ୍ୟ ସନ୍ୟବୃନ୍ଦ ଉପସ୍ଥିତ ଥିଲେ ।
