୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର : ରାଜଧାନୀରେ ଆତଙ୍କରାଜ । ସାଳିଆ ସାହିର ତିନି ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣା ସ୍ଥଳରୁ ଆତଙ୍କରାଜ ଚଳାଇଥିବା ଯୁବକ ମାନେ ଫେରାର ହୋଇଯାଇଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଜଭିଆର ଛକରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ଶୁକ୍ରବାର ରାତିରେ ସାଳିଆ ସାହିର ସନ୍ତୋଷ, ଟିକି ଓ ସୁରେଶ ଚାଲି ଚାଲି ଯାଉଥିଲେ । ପଛରୁ ଏକ ବାଇକରେ ତିନି ଯୁବକ ଆସି ଏହି ଯୁବକ ମାନଙ୍କୁ ସାଇଡ ମାରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ସେଠାରେ ଏକ ନାଲି କାରରେ କିଛି ଯୁବକ ପହଂଚି ହକି ଷ୍ଟିକ ମାଡ ମାରି ୩ଜଣଙ୍କୁ ଲହୁଲୁହାନ କରିଥିଲେ । ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଂଚିବା ବେଳକୁ ଆତଙ୍କ ଖେଳାଇଥିବା ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ସେମାନେ ଛାଡିଯାଇଥିବା ଏକ ବାଇକକୁ ଜବତ କରିଛି ପୋଲିସ । ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *