ସୋର : ଏସବିଆଇ ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବିଫଳ । ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ରୁ ଲୁଟ୍ ଉଦ୍ୟମ ହୋଇଛି । ଶୁକ୍ରବାର ରାତିରେ ଲୁଟେରାମାନେ ଲୁଟ୍ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି ।
ଲୁଟେରାମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ସହିତ ଏଟିଏମ୍ ମେସିନର କିବୋର୍ଡକୁ ଭାଙ୍ଗିଦେଇଛନ୍ତି । ତେବେ ଏଟିଏମରୁ ଟଙ୍କା ଲୁଟିବାରେ ବିଫଳ ହୋଇଛନ୍ତି । ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
