ନଳକୂପ ଅଛି କିନ୍ତୁ ବାହାରୁନି ପାଣି

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଟୋପ ପଞ୍ଚାୟତର ପରମାନପୁର ଗାଁରେ ଏବେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ୩ଟି ୱାର୍ଡ ବିଶିଷ୍ଟ ଏହି ଗାଆଁରେ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି। ଗାଆଁରେ ରହିଛି ୪ଟି ନଳକୂପ। ସେଥିମଧ୍ୟରୁ ଏବେ ତିନିଟି ଅଚଳ ବସ୍ଥାରେ ପଡ଼ି ରହିଛି। ସ୍କୁଲ୍ ପଡ଼ାରେ ଥିବା ନଳକୂପ ତିନି ବର୍ଷ ହେଲା ଅଚଳ ହୋଇ ପଡ଼ି ରହିଛି, ସ୍କୁଲ୍ ଭିତରେ ଥିବା ନଳକୂପ ଗୋଟିଏ ବର୍ଷ ଅଚଳ ହେଲାଣି। ଏମିତିକି ତାର ହ୍ୟାଣ୍ଡଲ ବି ନାହିଁ। ଠିକ୍ ସେମିତି ବରତଳ ପଡ଼ାର ନଳକୂପ ପାଞ୍ଚ ବର୍ଷ ହେଲା ଅଚଳ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *