ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବିରେ ଛଅ ଘଣ୍ଟିଆ ବନ୍ଦ

ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବିରେ ଆଜି ଛଅ ଘଣ୍ଟିଆ ସକାଳ 6ରୁ ଦିନ 12ଟା ପର୍ଯନ୍ତ ଖଇରା ବନ୍ଦ l ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ l ଅବରୋଧ କାରୀ ମାନେ ଖଇରା ବ୍ଲକ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି l ସ୍ଥାନୀୟ ଅଂଚଳର ବିଭିନ୍ନ ସଂଘଟନ ପକ୍ଷରୁ ଏହି ଡାକରା ଦିଆ ଯାଇଛି l ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର 59ଦିନ ଵିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କ ବିରୋଧରେ ଦୃଢପଦକ୍ଷେପ ପ୍ରଶାସନ ନେଉନଥିଵାର ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଗତ ଚାରି ଦିନ ତଳେ ଖଇରା ଦୂର୍ଗାମଣ୍ଡପ ପରିସରେ ୨୦ରୁ ଅଧିକ ଵିଭିନ୍ନ ସଂଗଠନ ଓ ବ୍ୟବସାୟୀ ସଙ୍ଘ ପକ୍ଷରୁ ବନ୍ଦ କରାଯାଇଛି । ଆନ୍ଦୋଳନକାରୀଙ୍କ ଦାବି ପ୍ରଶାସନ ତୁରନ୍ତ ପଦକ୍ଷେପ  ନେଇ ଦୋଷୀକୁ ଦଣ୍ଡ ଓ acfo ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି କରୁଛନ୍ତି  । ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟାକତାରେ ତଦନ୍ତ ଦାବି କରିଛନ୍ତି l ବନ୍ଦ ଶେଷରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ତଥା ଅନ୍ୟମାନଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେଵା ନେଇ ଚେତାବନୀ ଦିଆଯାଇଛି

Leave a Reply

Your email address will not be published. Required fields are marked *