ନକଲି ମଦ କାରଖାନା ଠାବ ବହୁ ପରିମାଣ ର ନକଲି ମଦ ସହିତ ସ୍ପିରିଟ ଜବତ

ବାଲେଶ୍ଵର(ବ୍ୟୁରୋ ରିପୋର୍ଟ)ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡ ସୁମନ୍ତ ପାଢୀଙ୍କ ତ୍ୱତାବଧାନ ରେ ଭ୍ରାମ୍ୟମାଣ ଆଇ ଆଇ ସି ଗାଲୁରାମ୍ ସୋରେନ ,ସଦର ଆଇ ଆଇ ସି ସବିତା ପ୍ରଧାନ,ବସ୍ତା ଓ ଆଇ ସି କୁଳମଣି ମହାରଣା ଙ୍କ ନେତୃତ୍ୱରେ ଏକ ଟିମ୍ଗଠନ ହୋଇଥିଲା। ଏହି ଟିମ୍ ବିଳମ୍ବିତ ରାତିରେ ସିଂଲା ଠାରେ ତାରା ଶଙ୍କର ଜେନା ଙ୍କ ଘରେ ଚଢ଼ାଉ କରିଥିଲା । ପୂର୍ବରୁ ତରା ଶଙ୍କର ଏହି ନକଲି ମଦ ତିଆରି କରି ଧରାପଡ଼ିଥିବା ବେଳେ ତାଙ୍କ ନାମରେ ୨୨/୨୧ ରେ ମାମଲା ରୁଜୁହୋଇଥିଲା । ପୁଣି ବେଲ ରେ ଆସି ସେ ଏହି ନକଲି ମଦ କାରଖାନା ଚଳାଇଥିବା ବେଳେ ତାଙ୍କ ନିକଟରୁ ୨୦.୩୫୫ ଲିଟର ନକଲି ବିଦେଶୀମଦ,୩୫ ଲିଟର ସ୍ପିରିଟ ଓ ୯ ଗୋଟି ବିଅର,୫୦୩ ଗୋଟି ନକଲି ଠିପି ,ବୋତଲ ସହିତ ଲେବୁଲ ଅବକାରୀ ପୋଲିସ ଜବତ କରିଛି। ଅବକାରୀ ପୋଲିସ କେସ ନ ୩୭/୨୧ ରୁଜୁ କରି ଘଟଣାର ତଦନ୍ତ ଚଳାଇବାସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *